Only for Entertainment

ଚିକେନ ବିରିୟାନୀରେ ଚିକେନ ପିସ୍ ନମିଳିବାରୁ ଯୁବକ କଲା ଗର୍ଲଫ୍ରେଣ୍ଡର ମର୍ଡର !

Pinterest
29

ଚେନ୍ନାଇରେ ଏପରି କିଛି ଘଟିଛି ଯାହା ସମସ୍ତଙ୍କର ହୋଶ ଉଡାଇ ଦେଇଛି । ତାମିଲନାଡୁ ଚେନ୍ନାଇର ଜଣେ କପଲଙ୍କ ମଧ୍ୟରେ ଚିକେନ ବିରିୟାନୀରେ ଚିକେନ ନମିଳିବାକୁ ନେଇ ଝଗଡା ଏତେ ବଢିଗଲା ଯେ, ଯୁବକ ଜଣକ ଗର୍ଲଫ୍ରେଣ୍ଡଙ୍କୁ ଛୁରୀରେ ହମଲା କରି ଫେରାର ହୋଇଯାଇଛି ।

ଇଣ୍ଡିଆ ଟାଇମ୍ସ ଅନୁସାରେ, କୋୟମବେଦୁ ହୋଲସେଲ ଫ୍ଲାୱାର ମାର୍କେଟରେ ଜଣେ କପଲ ବୁଲିବା ପାଇଁ ଆସିଥିଲେ । ମାର୍କେଟ ପାଖରେ ଥିବା ଏକ ଦୋକାନରୁ ଦୁହେଁ ଚିକେନ ବିରିୟାନୀ କିଣିଥିଲେ । ପରେ ଦୁହେଁ ନିକଟରେ ବସି ବିରିୟାନୀ ଖାଇ ଥିଲେ । କିନ୍ତୁ ଯୁବତୀ ଜଣଙ୍କ ଦେଖିଥିଲେ ଯେ, ବରିୟାନୀରେ ଚିକେନ ପିସ ହିଁ ନଥିଲା । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । କଥା ଏତେ ଆଗକୁ ବଢିଗଲା ଯେ, ଯୁବକ ଜଣଙ୍କ ରାଗରେ ଯୁବତୀଙ୍କ ଗଳା କାଟିଦେଲା । ରକ୍ତ ଏତେ ଅଧିକ ବହିବାରୁ ଯୁବତୀଙ୍କର ମୃତ୍ୟୁ ହୋଇଗଲା ।

ଏହି ଘଟଣା ଗତ ସୋବବାରର ବୋଲି କୁହାଯାଉଛି । ଗଳା କାଟିବା ପରେ ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲା । ମାର୍କେଟରେ ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଲୋକେ ସେଠାରେ ପହଁଚି ଯୁବତୀଙ୍କୁ ହସ୍ପିଟାଲକୁ ପଠାଇଥିଲେ ମାତ୍ର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାକୁ ନେଇ ମାମଲା ରୁଜୁ ହେବା ପରେ ପୋଲିସ ଯୁବକ ଜଣଙ୍କୁ ଖୋଜୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More