Only for Entertainment

ସାମାନ୍ୟ ଆଶ୍ୱସ୍ତି ପାଇଲା ଜଳ ସଙ୍କଟରେ ଥିବା ଚେନ୍ନାଇ । ୨୫ ଲକ୍ଷ ଲିଟର ପହଂଚାଇଲା ଟ୍ରେନ ।

punjabkesari
44

ଜଳ ସଙ୍କଟ ସମସ୍ୟାରେ ଗତି କରୁଥିବା ଚେନ୍ନାଇକୁ ରକ୍ଷା କରିବା ପାଇଁ ତାମିଲନାଡୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ତାମିଲନାଡୁର ଜୋଲାରପେଟେରୁ ଆଜି ଶୁକ୍ରବାର ସକାଳେ ଶୁଖିଲା ବା ଜଳହୀନ ଚେନ୍ନାଇ ପାଇଁ ବାହାରିଥିବା ଟ୍ରେନ ୨୫ ଲକ୍ଷ ଲିଟର ପାଣି ସହିତ ବିଲିବକମ ପହଂଚିଛି ।

ଅଧିକାରୀଙ୍କ କହିବା ଅନୁସାରେ ଟ୍ରେନ୍ ର ୫୦ ଡବାରେ ପାଣି ପଠାଯାଇଛି । ଗୋଟିଏ ଡବାରେ ୫୦ ହଜାର ଲିଟର ପାଣି । ସକାଳ ୭ଟା ୨୦ରେ ଟ୍ରେନ ବାହାରିଥିଲା । ଯଦିଓ ଏହା ଗୁରୁବାରକୁ ପହଂଚିବାର ଥିଲା ତଥାପି ବିଳମ୍ବ ହେବାରୁ ତାହା ଆଜି ପହଂଚିଛି ।

ଆପଣଙ୍କୁ କହିରଖୁଛୁ ଗତ କିଛି ଦିନ ହେବ ଚେନ୍ନାଇ ପାଣି ସଙ୍କଟରେ ଅଛି । ଏଠାରେ ଭୂ -ଜଳ ଲଗାତର ଶେଷ ହୋଇଯାଉଛି । ଲୋକଙ୍କ ଦୈନିକ ବ୍ୟବହାର ପାଇଁ ୧୫ ଦିନ ହେବ ଟ୍ୟାଙ୍କରରେ ପାଣି ପଠାହେଉଛି । ତେବେ ସାଟେଲାଇଟ ଜରିଆରେ ଆସିଥିବା ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More