Only for Entertainment

ମୁୁକ୍ତିଲାଭ କଲା ଉରିର ପ୍ରଥମ ଗୀତ ଛଲ୍ଲା ।ନଜର ଆସିଲା ଦେଶର ଭକ୍ତିର ନିଆରା ଗାଥା ।

peepingmoon.com
21

ଆଗାମୀ ବଲିଉଡ୍ ମୁଭି ଉରିର ପ୍ରଥମ ଗୀତ ‘ଛଲ୍ଲା’ ମୁକ୍ତିଲାଭ କରିଛି । ଗୀତଟି ଦେଶଭକ୍ତି ଉପରେ ଆଧାରିତ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ଭିକି କୌଶଲ୍ । ଚଳଚ୍ଚିତ୍ର ଉରି – ପାକିସ୍ତାନ ଉପରେ ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ଆଧାରିତ ହୋଇଛି । ଆଉ ଏହି ଗୀତରେ ସର୍ଜିକାଲ୍ ଷ୍ଟ୍ରାଇକ୍ ପୂର୍ବରୁ କିପରି ଭାରତୀୟ ସେନାର ସ୍ପେଶାଲ୍ ଟିମ୍ ତାଲିମ୍ ନେଉଛନ୍ତି ତାହା ଦେଖିବାକୁ ମିଳିଛି ।

ସାସ୍ୱତ ସଚଦେବଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ମିଳିଛି ରୋମି, ବିବେକ୍ ହରିହରଣ୍, ଏବଂ ସାସ୍ୱତ ସଚଦେବଙ୍କ ଗାୟିକି । ଚଳଚ୍ଚିତ୍ର ଉରି- ସତ କାହାଣୀକୁ ନେଇ ଗତିଶୀଳ ହୋଇଛି । ସିନେମାଟି ୧୧ ଜାନୁୟାରୀରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More