Only for Entertainment

ୱିକେଣ୍ଡରେ ଛାଇଲା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’ର ଜାଦୁ, ୩ ଦିନରେ ଆୟ କଲା ଏତିକି କୋଟି

google
62

ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ‘ଛିଛୋରେ’ ତୃତୀୟ ଦିନ ଅର୍ଥାତ ରବିବାର ମଧ୍ୟ ବକ୍ସ ଅଫିସରେ ଛାଇ ରହିଛି । ୱିକେଣ୍ଡରେ ଫିଲ୍ମର ବକ୍ସ ଅଫିସ କଲେକ୍ସନରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ବକ୍ସ ଅଫିସ ଇଣ୍ଡିଆ ଅନୁସାରେ ଫିଲ୍ମ ‘ଛିଛୋରେ’ ରବିବାର ୧୫.୫୦ରୁ ୧୬ କୋଟି ଆୟ କରିବାରେ ସଫଳ ହୋଇଛି । ଏହି ହିସାବରେ ଫିଲ୍ମ ୱିକେଣ୍ଡରେ ହିଁ ୨୭.୫୦ କୋଟି ଆୟ କରିଛି । ସମୁଦାୟ ତିନି ଦିନରେ ଫିଲ୍ମ ୩୫ କୋଟି ଆୟ କରିପାରିଛି ।

ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମକୁ ଦେଖିବା ପାଇଁ କଲେଜ ପିଲାଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । କାରଣ ଏହି ଫିଲ୍ମ କଲେଜ ଷ୍ଟୁଡେଣ୍ଟଙ୍କ ଉପରେ ଆଧାରିତ । ଫିଲ୍ମରେ ହସ ମଜାକ ମଧ୍ୟ ଦେଖିବାକୁ ମିଳିଛି । ବରୁଣ ଶର୍ମା ଫିଲ୍ମରେ ବୋଲ୍ଡ ଜୋକ୍ସ ସହିତ ଦର୍ଶକଙ୍କୁ ହସାଉଥିବାର ନଜର ଆସିଛନ୍ତି । ଫିଲ୍ମ ଦଶ ର୍କଙ୍କୁ ଖୁବ ପସନ୍ଦ ଆସୁଥିବା ବେଳେ ଆଗକୁ ବକ୍ସ ଅଫିସରେ ଫିଲ୍ମ କେତେ ଆୟ କରୁଛି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More