Only for Entertainment

ଅରିଜିତ ସିଂଙ୍କ କଣ୍ଠରେ ‘ଛିଛୋରେ’ର ନୂଆ ଗୀତ ରିଲିଜ, ରବିବାରକୁ ତାଜା କରିବାକୁ ଚାହୁଁଥିଲେ ଦେଖନ୍ତୁ ଶ୍ରଦ୍ଧା-ସୁଶାନ୍ତଙ୍କ କ୍ୟୁଟ ଲଭ ଷ୍ଟୋରୀ

hindirush
75

ଖୁବଶୀଘ୍ର ଆପଣଙ୍କ ପାଇଁ ଏକ ଭିନ୍ନ କାହାଣୀ ନେଇ ଆସୁଛନ୍ତି ନିତେଶ ତିୱାରୀ ।ଫିଲ୍ମରେ ଶ୍ରଦ୍ଧା କପୂର ଏବଂ ସୁଶାନ୍ତ ସିଂ ରାଜପୂତ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ଦୁଇଟି ପିଢୀର କାହାଣୀ ଦେଖିବାର ସୁଯୋଗ ପାଇବେ ଦର୍ଶକ । କହିରଖୁଛୁ ଫିଲ୍ମର କାହାଣୀ ୭ ଜଣ ବନ୍ଧୁଙ୍କ ଉପରେ ନିର୍ମିତ । ଏହା ପୂର୍ବରୁ କଲେଜ ସମୟର ଏକ ମସ୍ତୀଭରା ଗୀତ ରିଲିଜ ହୋଇଥିଲା, ଯାହାକୁ ଆମେ ଆପଣଙ୍କ ସହିତ ଶେୟାର କରିଥିଲୁ । ନିକଟରେ ଫିଲ୍ମର ତୃତୀୟ ଗୀତ ରିଲିଜ ହୋଇଛି ।

ଗୀତରେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ କ୍ୟୁଟ ପ୍ରେମ କାହାଣୀ ଦେଖିବାକୁ ମିଳିଛି । କେମେଷ୍ଟ୍ରି ମଧ୍ୟ ଖୁବ ଭଲ ଲାଗୁଛି । ଏହାକୁ ଗାଇଛନ୍ତି ପ୍ରସିଦ୍ଧ ଗାୟକ ଅରିଜିତ ସିଂ । ଗୀତକୁ ଲେଖିଛନ୍ତି ଅଭିଜିତ ଭଟ୍ଟାଚାର୍ଯ୍ୟ ।

ଫିଲ୍ମରେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ବ୍ୟତୀତ ବରୁଣ ଶର୍ମା, ପ୍ରତୀକ ବବ୍ୱର ଆଦି ନଜର ଆସିବେ । ଯଦିଓ ଫିଲ୍ମ ୩୦ ଅଗଷ୍ଟକୁ ରିଲିଜ ହେବାର ଥିଲା, କିନ୍ତୁ ସାହୋ ପାଇଁ ଏହାର ରିଲିଜ ତାରିଖକୁ ଘୁଂଚାଇ ଦିଆଗଲା । ଫିଲ୍ମ ଏବେ ୬ ସେପ୍ଟେମ୍ବର ୨୦୧୯କୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More