Only for Entertainment

ଶିଶୁଙ୍କୁ ମଧ୍ୟ ହୋଇଥାଏ ମଧୁମେହ, ଜାଣନ୍ତୁ ଏହାର ଲକ୍ଷଣ ଏବଂ ଉପଚାର

enlinea.santotomas.cl
0 40

ମଧୁମେହ ବର୍ତ୍ତମାନ ଏକ ସାଧାରଣ ରୋଗ ଭାବେ ପରିଚିତ ହୋଇଗଲାଣି । ଏହା କେବଳ ବୟସ୍କଙ୍କୁ ହୋଇଥାଏ ତାହା ନୁହଁ, ନବଜାତଠାରୁ ଆରମ୍ଭ କରି ଯବକଙ୍କ ପର୍ଯ୍ୟନ୍ତ ଏହା ସମସ୍ତଙ୍କ ନିକଟରେ ଦେଖାଯାଇଥାଏ । ଶରୀରରେ ବିଟା କୋଷିକା ଶେଷ ହେବା ପରେ ଇନ୍‌ସୁଲିନ୍‌ ପ୍ରସ୍ତୁତ ହେବା ବନ୍ଦ ହୋଇଯାଇଥାଏ, ଯାହା ଫଳରେ ଶରୀରରେ ଶର୍କରା ମାତ୍ରା ବଢ଼ିଥାଏ । ମଧୁମେହକୁ ସଠିକ୍‌ ସମୟରେ ଚିହ୍ନଟ କରି ଏହାର ଉପଚାର କରିବା ଦ୍ୱାରା ଶିଶୁଙ୍କୁ ମଧୁମେହରୁ ରକ୍ଷା କରାଯାଇପାରିବ । ଏଣୁ ଆସନ୍ତୁ ଜାଣିବା ଶିଶୁ ମଧୁମେହର ଲକ୍ଷଣ ଏବଂ ଏହାର ଉପଚାର ।

ଲକ୍ଷଣ :
-ବାରମ୍ବାର ଶୋଷ ଲାଗିବା ସହ ବାରମ୍ବାର ପରିସ୍ରା ଲାଗିବା ।
– ଶିଶୁଙ୍କୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଆହୁରି ଭୋକ ଲାଗିବା ।
-ଯେତେ ପରିମାଣର ଖାଦ୍ୟ ଗ୍ରହଣ କଲେ ମଧ୍ୟ ଓଜନରେ କୌଣସି ପ୍ରକାରର ବୃଦ୍ଧି ନ ଘଟିବା ।
-ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା କମ୍‌ ରହିବ ଯୋଗୁଁ ଥକାପଣ ଅନୁଭବ ହେବା।
-ଶିଶୁଙ୍କ ୁ ସଂକ୍ରମଣ ହେବା ବା ଡ଼ାଏପର ପିନ୍ଧିଲେ ଖଣ୍ଡିଆ ହୋଇ ଶୀଘ୍ର ନଶୁଖିବା ।

କିପରି କରିବେ ଉପଚାର :
– ପୋଷକଯୁକ୍ତ ଖାଦ୍ୟ ସହ ସଠିକ୍‌ ସମୟରେ ଖାଦ୍ୟ ଗ୍ରହଣ କରାନ୍ତୁ।
-ଶରୀରରେ ଇନ୍‌ସୁଲିନ୍‌ ମାତ୍ରା ଠିକ୍‌ ରହିଛି କି ନାହିଁ ସମୟ ବ୍ୟବଧାନରେ ପରୀକ୍ଷା କରିବା ।
-ଶିଶୁଙ୍କୁ ନିୟମିତ ବ୍ୟୟାମ ଅଭ୍ୟାସ କରାଇବା । ମଧୁମେହରୁ ବଞ୍ଚିବା ପାଇଁ କଲରା ଏବଂ ପିତା ଜାତୀୟ ଖାଦ୍ୟ ଦେବା ସହ ସମାନ୍‌ ସମୟ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇବା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More