Only for Entertainment

କୁନି ଶିଶୁ ଗିଳିଦେଲା ମୁଦ୍ରା, ତାପରେ କଣ ହେଲା ଜାଣନ୍ତୁ ।

KHABAR ndtv
0 26

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ସମୟରେ ଦେଖା ଯାଇଛି ଯେ ଛୋଟ ଶିଶୁ ମସ୍ତି ମଜାକରେ ମୁଦ୍ରା ଗିଳି ଦିଅନ୍ତି । ଯାହାପରେ ପରିବାର ଲୋକଙ୍କୁ ବହୁତ ହିନସ୍ତା ହେବାକୁ ପଡିଥାଏ । ଏହିଭଳି କିଛି ଘଟିଛି ଶିଶୁ ସହ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ କୁନି ଶିଶୁ ଟଙ୍କା ଗିଳି ଦେଇଛି , ଯାହାଫଳରେ ଶିଶୁ କୁ ହସ୍ପିଟାଲ ନିଆ ଯାଇଥିଲା । ଡାକ୍ତର ନାକରେ ଏକ ନଳି ପକାଇ ମୁଦ୍ରାକୁ କାଢି ଥିଲେ । ଶିଶୁଟି ଖୁବ କାନ୍ଦିବାକୁ ଲାଗିଥିଲା କାରଣ ତାକୁ ନିଶ୍ୱାସ ନେବାରେ ଅନେକ ଅସୁବିଧା ହୋଇଥିଲା ।

ମାତ୍ର କିଛି କ୍ଷଣ ପରେ ମୁଦ୍ରା ବାହାର କରାଯାଇଥିଲା । ଯାହାପରେ ଶିଶୁଟି ହସିଥିଲା । ଏହି ଭିଡିଓକୁ କିଛି ସପ୍ତାହ ପୂର୍ବରୁ DBC WAGAD ଶେୟାର କରିଥିଲେ । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୫ଲକ୍ଷରୁ ଉଦ୍ଧ୍ୱର୍ ଭ୍ୟୁ ଏବଂ ୧ଲକ୍ଷରୁ ଉଦ୍ଧ୍ୱର୍ ଥର ଶେୟାର ହୋଇସାରିଲାଣି । ଭିଡିଓ କେବେର ଏବଂ କେଉଁ ସ୍ଥାନର ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More