Only for Entertainment

ପିଲାଟି କାନ୍ଦୁଥିଲା,କିନ୍ତୁ ବ୍ରେଷ୍ଟ ଫିଡ ପାଇଁ ସ୍ଥାନ ଦେଲା ନାହିଁ ମଲ ।

aajtak
44

ଏହି ବର୍ଷ ଗୃହଲକ୍ଷ୍ମୀ ମାଗାଜିନରେ ଜଣେ ମହିଳାଙ୍କୁ ନେଇ ଏକ ଖବର ଛପା ଯାଇଥିଲା । ଯାହା ଖୁବ ବିବାଦକୁ ଆସିଥିଲା । କିଛି ଲୋକ ଏହାକୁ ଅଶ୍ଳୀଳ କହି କୋର୍ଟରେ ପହଂଚି ଯାଇଥିଲେ । କେରଳ ହାଇକୋର୍ଟ ଶୁଣାଣିରେ କହିଥିଲେଯେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଫଟୋରେ କୌଣସି ଅଶ୍ଲଳତା ଦେଖବାକୁ ମିଳିନାହିଁ ।ଅଶ୍ଲୀଳତା ଦେଖୁଥିବା ଲୋକର ଆଖିରେ ଥାଏ ।ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ଲୋକଙ୍କ ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ଆସିନାହିଁ ।

କୋଲକତାର ସାଉଥ ସିଟି ମଲରେ କିଛି ସେହିଭଳି ହୋଇଛି । ମଲକୁ ସପିଂ ପାଇଁ ଯାଇଥିବା ମହିଳାଙ୍କୁ ନିଜ ପିଲାକୁ ବ୍ରେଷ୍ଟ ଫିଡ କରାଇବାରୁ ମଲରୁ ବାହାର କରି ଦେବାକୁ କୁହାଗଲା । ମହିଳାଙ୍କୁ କୁହାଗଲା ବ୍ରେଷ୍ଟ ଫିଡ ପାଇଁ ଟଏଲେଟ ବ୍ୟବହାର କରିପାରିବେ ।ସିକ୍ୟୁରିଟି ଷ୍ଟାଫଙ୍କୁ ଅନୁରୋଧ କରିବା ପରେ ମଧ୍ୟ ମହିଳାଙ୍କୁ ପ୍ରାଇଭେଟ ସ୍ଥାନ ଦେବାକୁ ମନା କରି ଦିଆଗଲା ।ଶେଷରେ ଜଣେ କପଡ଼ାର ଷ୍ଟୋରକିପର ସାମ୍ନାକୁ ଆସିଲେ ଏବଂ ତାଙ୍କୁ ଟ୍ରାଏଲ ରୁମ ବ୍ୟବହାର କରିବାକୁ ଦେଲେ । ମହିଳା ଜଣକ ଫେସବୁକରେ ତାଙ୍କ କାହାଣୀ ଲେଖିଛନ୍ତି । କିନ୍ତୁ ମଲ ପ୍ରଶାସନ ତରଫରୁ ଉତ୍ତର ଆସିଲାଯେ ପିଲାକୁ ବ୍ରେଷ୍ଟପିଡ କରାଇବା ପାଇଁ ପୂର୍ବରୁ ବ୍ୟବସ୍ଥା କରାଇଦେବାର ଥିଲା,ଯାହା ଖୁବ ଆଶ୍ଚର୍ଯ୍ୟକର ଥିଲା କହିଲେ ଭୁଲ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More