Only for Entertainment

ଘରେ ଟ୍ରାଏ କରନ୍ତୁ ଚିଲି ଗାର୍ଲିକ ପଟାଟୋ

EatTreat
28

ସାମଗ୍ରୀ-

୨୫୦ ଗ୍ରାମ୍‌ ଆଳୁ, ୧ ଚାମଚ କର୍ଣ୍ଣ ଫ୍ଲୋର, ୧ଟି କଟା ପିଆଜ ଷଣ୍ଢା, ୧ ଟେବଲ୍‌ ସ୍ପୁନ୍‌ ଟମାଟୋ ସସ୍‌, ୧ ଟେବଲସ୍ପୁନ୍‌ ଭିନେଗାର, ୧ ଚିମୁଟା ଲୁଣ, ୧ ଚାମଚ ଲହୁଣୀ, ୧ ଟେବଲ ସ୍ପୁନ୍‌ କଟା ରସୁଣ, ୨ଟି କଟା କଞ୍ଚା ଲଙ୍କା, ୨ ଚାମଚ ସୋୟା ସସ୍‌, ୧ ଚିମୁଟା ଗୋଲ ମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଆଳୁକୁ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ଏହାକୁ ଆଙ୍ଗୁଠି ସାଇଜ୍‌ରେ କାଟି ଦିଅନ୍ତୁ। ଏହାକୁ ମାଇକ୍ରୋୱେଭ୍‌ରେ ୧୦୦ ପାୱାରରେ ୮ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ। ଆଳୁ ସିଝିଗଲା ପରେ ଏହାକୁ ବାହାରକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଆଉ ଏକ ପାତ୍ରରେ ଲହୁଣୀ କିମ୍ବା ତେଲ ପକାଇ ୧୦୦ ପାୱାରରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଗରମ କରନ୍ତୁ। ଏବେ ଏଥିରେ କଟା ରସୁଣ, ପିଆଜ ଷଣ୍ଢା, କଞ୍ଚା ଲଙ୍କା ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଗୋଳାନ୍ତୁ। ଏଥିରେ ଏବେ ସିଝା ଆଳୁ ପକାଇ ଭଲ ଭାବେ ମିଶାନ୍ତୁ। କର୍ଣ୍ଣ ଫ୍ଲୋରରେ ଅଧ କପ୍‌ ପାଣି ମିଶାଇ ଆଳୁରେ ପକାନ୍ତୁ। ଏଥିରେ ସୋୟା ସସ୍‌, ଟମାଟୋ ସସ୍‌, ଭିନେଗାର, ଖାଇବା ଉପଯୋଗୀ ରଙ୍ଗ, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହାକୁ ଘୋଡ଼ାଇ ୩ରୁ ୪ ମିନିଟ୍‌ ମାଇକ୍ରୋୱେଭ୍‌ରେ ରଖନ୍ତୁ। ମଝିରେ ମଝିରେ ଏହାକୁ ଗୋଳାନ୍ତୁ। କିଛି ସମୟ ପରେ ବାହାରକୁ ବାହାର କରି ଗରମ ଗରମ ପରଷନ୍ତୁ। ଯଦି ଆପଣଙ୍କ ପାଖରେ ମାଇକ୍ରୋୱେଭ୍‌ ନାହିଁ ଗ୍ୟାସ୍‌ କିମ୍ବା ଚୂଲାରେ ମଧ୍ୟ ସମାନ ପଦ୍ଧତି ଅବଲମ୍ବନ କରି ଏହି ସ୍ବାଦିଷ୍ଟ ଚଟପଟା ରେସିପି ପ୍ରସ୍ତୁତ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More