Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଚିଲି କାବୁଲି ଚଣା !

Saffola Fit Foodie
37

ଆବଶ୍ୟକ ସାମଗ୍ରୀ:

କାବୁଲି ଚଣା, ପିଆଜ, କ୍ୟାପ୍‍ସିକମ୍‍, କର୍ଣ୍ଣଫ୍ଲୋର୍‌, ମଇଦା, ଅଦା ପେଷ୍ଟ୍‌, ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍‍, ଶୋୟା ସସ୍‍, ଟମାଟୋ ସସ୍‍, ତେଲ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: 

ପ୍ରଥମେ କାବୁଲି ଚଣାକୁ ୪-୫ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ସିଝାଇ ଦିଅନ୍ତୁ। ଚଣା ସିଝିଗଲେ, ସେଥିରେ ଅଦା, ରସୁଣ ଓ ଲଙ୍କାର ପେଷ୍ଟ ସହ ମଇଦା ଓ କର୍ଣ୍ଣଫ୍ଲୋର ମିଶାଇ ଭଲଭାବରେ ଗୋଳାଇ ଦିଅନ୍ତୁ।

ଏବେ ଗୋଟିଏ କଡ଼େଇରେ ତେଲ ଗରମ କରି ସିଝା ଚଣା ସବୁକୁ ସୁନେଲି ରଙ୍ଗ ହେବାଯାଏ ଛାଣନ୍ତୁ। ଅନ୍ୟ ଏକ କଡ଼େଇରେ ୨ଚାମଚ ତେଲ ପକାଇ କଟା ପିଆଜ ଓ କ୍ୟାପ୍‍ସିକମ୍‍କୁ ଭାଜନ୍ତୁ।

ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ ଓ ତା’ଉପରେ ୧ ଚାମଚ ଟମାଟୋ ସସ୍‍ ଓ ଶୋୟା ସସ୍‍ ପକାଇ ୧ମିନିଟ୍‍ ଭାଜି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଲ୍ଲୀ କାବୁଲି ଚଣା।

ଏହାକୁ ରୁଟି, ପରଟା କିମ୍ବା ନାନ୍‌ ସହ ଗରମ ଗରମ ପରଷନ୍ତୁ। ଏହା ସହ ଚଟଣୀ ବା ଆଚାର ମଧ୍ୟ ବ୍ୟବହାର କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More