Only for Entertainment

ରିଲିଜ ହେଲା ‘ହାପ୍ପି ଫିର ଭାଗ ଜାୟେଗୀ’ର ନୂଆ ଗୀତ, ଦେଖିବାକୁ ମିଳିଲା ହିଟ ନମ୍ବର ‘ମେରା ନାମ ଚିନ ଚିନ ଚୁ…’ର ପଞ୍ଜାବୀ ଭର୍ସନ ।

bollywoodlife
0 53

‘ହାପ୍ପି ଫିର ଭାଗ ଜାୟେଗୀ’ର ନୂଆ ଗୀତ ଶୁଣିଲେ ଆପଣଙ୍କୁ ବଲିଉଡର ପୁରୁଣା ଗୀତ ମେନେପଡିଯିବ । ୧୯୮୫ରେ ରିଲିଜ ହୋଇଥିବା ଫିଲ୍ମ ‘ହାୱଡା ବ୍ରିଜ’ ଫିଲ୍ମର ପ୍ରସିଦ୍ଧ ଗୀତ ‘ମେରା ନାମ ଚିନ ଚିନ ଚୁ…’ ଏହା ହେଉଛି ନୂଆ ଭର୍ସନ । ଗୀତରେ ପଞ୍ଜାବୀ ତଡକା ଦେଖିବାକୁ ମିଳିଛି । ଏହି ଗୀତକୁ ଏବେ ୧୦ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଲୋକଙ୍କୁ ‘ମେରା ନାମ ଚିନ ଚିନ ଚୁ…’ ପଞ୍ଜାବୀ ଭର୍ସନ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

କହିରଖୁଛୁ ଯେ ଏହା ପୂର୍ବରୁ ଏହି ଫିଲ୍ମର ଗୀତ ଏବଂ ଟ୍ରେଲରକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଟ୍ରେଲରକୁ ଏପର୍ଯ୍ୟନ୍ତ ୧୬ ମିଲିଅନରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହି ଫିଲ୍ମ ୨୦୧୬ରେ ରିଲିଜ ହୋଇଥିବା ‘ହାପ୍ପି ଭାଗ ଜାୟେଗୀ’ର ସିକ୍ୱଲ । ଫିଲ୍ମର ଟ୍ରେଲରେ ଅନେକ ଅନଫ୍ୟୁଜନ ଦେଖିବାକୁ ମିଳିଛି ଯାହା ଫିଲ୍ମ ରିଲିଜ ହେବା ପରେ ଜଣାପଡିବ । ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତିତ ଅଲୀ ଫଜଲ, ଜିମ୍ମୀ ଶେରଗିଲ, ପୀୟୁଷ ମିଶ୍ର ଏବଂ ମୋମଲ ଶେଖଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ୨୪ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More