Only for Entertainment

ଘରେ ଖେଳୁଥିଲେ ଛୁଆ ହଠାତ ଇଲେକ୍ଟ୍ରିକ ସ୍କୁଟରରୁ ହେଲା ଧମାକା, କ୍ୟାମେରାରେ କଏଦ ହେଲା ଦୃଶ୍ୟ ।

ndtv
0 55

ଚୀନର ଏକ ଘରେ ଏପରି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ ଘରେ ହଠାତ ଇଲୋକ୍ଟ୍ରିକ ସ୍କୁଟରର ବିଷ୍ଫୋରଣ ହୋଉଥିବା ଦେଖିବାକୁ ମିଳିଛି । ସେହି ସମୟରେ ବାପା, ଛୋଟ ଝିଅ ଏବଂ ତାଙ୍କର ପୋଷା କୁକୁର ଉପସ୍ଥିତ ଥିଲେ । ଏହି ବିଷ୍ଫୋରଣ ବେଳେ ସ୍କୁଟର ଚାର୍ଜିଂରେ ବସିଥିଲା । ସମୟ ପୂର୍ବରୁ ବାପା ଝିଅ ଘରୁ ବାହାରି ଆସିଥିଲେ । ନଚେତ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତେ ।

ଖବର ଅନୁସାରେ ଏହି ଦୁର୍ଘଟଣା ସଂଧ୍ୟା ୫.୩୦ରେ ହୋଇଥିଲା । ଏହି ଘଟଣା କେଉଁଠାରେ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଟରରେ ସର୍ଟ ସର୍କିଟ ହେବା କ୍ଷଣୀ କକୁରଟି ହଠାତ ସେଠାରୁ ଉଠିଯାଇଥାଏ । ଏହା ପରେ ସେଫାରେ ବସିଥିବା ବାପା ଝିଅ ଉଠି ବାହାରକୁ ଚାଲିଆସନ୍ତି । ବାହାରକୁ ଆସିବା ମାତ୍ରେ ସ୍କୁଟରଟିରୁ ଧୂଆଁ ବାହାରି ବିଷ୍ଫୋରଣ ହୋଇଥାଏ । ଏହି ଭିଡିଓକୁ ମଙ୍ଗଳବାର ଦିନ ଫେସବୁକରେ ଅପଲୋଡ କରାଯାଇଛି । ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More