Only for Entertainment

ରିଲିଜ ହେଲା ‘ଛମ୍ମା ଛମ୍ମା’ର ରିମିକ୍ସ, ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଏଲି ଅବରାମ ।

India TV
25

୨୦ ବର୍ଷ ପୂର୍ବେ ରିଲିଜ ହୋଇଥିବା ଫିଲ୍ମ ‘ଚାଇନା ଗେଟ’ ଯେତିକି ପପୁଲାର ହୋଇଥିଲା ତାହାର ଗୀତ ‘ଛମ୍ମା ଛମ୍ମା’ ତାହା ଠାରୁ ଅଧିକ ଲୋକପ୍ରିୟ ହୋଇଥିଲା । ଏବେ ଏହି ଗୀତର ରିମିକ୍ସକୁ ରିଲିଜ କରାଯାଇଛି । ପୁରୁଣା ଗୀତର ରିମିକ୍ସ ସବୁବେଳେ ହିଟ ପ୍ରମାଣିତ ହେଉଥିବା ବେଳେ ଏହି ଗୀତ ମଧ୍ୟ ସେହି ଧାରାକୁ ବଜାଇ ରଖିଛି । ବଲିଉଡ ଅଭିନେତା ଅରଶଦ ବାର୍ସୀଙ୍କ ଆଗାମୀ ଫିଲ୍ମ ‘ଫ୍ରଡ ସଇୟାଁ’ରେ ଏହି ଗୀତକୁ ରିଲିଜ କରାଯାଇଛି । ‘ଛମ୍ମା ଛମ୍ମା’ର ଓରିଜିନାଲ ଗୀତରେ ଉର୍ମୀଳା ମାତୋଣ୍ଡକରଙ୍କୁ ଦେଖିବାକୁ ମିଳିଥିବା ବେଳେ ଏହାର ରିମେକ ସଙ୍ଗରେ ଏଲି ଅବରାମ ନଜର ଆସିଛନ୍ତି ।

ଏହି ଗୀତରେ ଏଲି ବୋଲ୍ଡ ଅନ୍ଦାଜରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅରଶଦ ବାର୍ସୀ ମଧ୍ୟ ଗୀତରେ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି । ଛମ୍ମା ଛମ୍ମାର ଏହି ରିମେକ ସଙ୍ଗକୁ ଗାଇଛନ୍ତି ନେହା କକ୍କର, ରୋମି, ଅରୁଣ ଏବଂ ଇକ୍କା । ତାନିଷ୍କ ବାଗଚି ଏହାକୁ ରିକ୍ରିଏଟ କରିଥିବା ବେଳେ ଲିରିକ୍ସ ଦେଇଛନ୍ତି ଶବୀର ଅହମ୍ମଦ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More