Only for Entertainment

ବର୍ଷାରେ ରୋଡ ହେଲା ନଦୀ, ଲାଇଫ ଜ୍ୟାକେଟରେ ନଜର ଆସିଲା ବତକ । ଭିଡିଓ ଭାଇରାଲ ।

ndtv
0 33

ଚୀନର ତିୟାନଜିନରେ କିଛି ଏପରି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଚୀନରେ ବର୍ଷା କାରଣରୁ ଲୋକେ ଖୁବ ହନ୍ତସନ୍ତ ହେଉଛନ୍ତି । ଏତେ ପ୍ରବଳ ବର୍ଷା ହେତୁ ରାସ୍ତାରେ ପାଣି ଜମି ନଦୀର ଭ୍ରମ ସୃଷ୍ଟି କରୁଛି । ଲୋକେ ଅନ୍ୟ ସ୍ଥାନକୁ ଯାତୟତ ମଧ୍ୟ କରିପାରୁନାହାଁନ୍ତି । ଏପରି ସ୍ଥିତିରେ ତିୟାନଜିନର ଜଣେ ମହିଳା ନିଜର ପାଳିତ ବତକକୁ ରାସ୍ତାରେ ବୁଲାଇବା ପାଇଁ ନେଇଆସିଥିଲେ । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣଙ୍କ ପାଣିରେ ଠିଆ ହୋଇ ବତକ ଖେଳାଉଛନ୍ତି । ବତକ ବ୍ଲୁ ଜ୍ୟାକେଟ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି ଏବଂ ପାଖରେ ଠିଆ ହୋଇଥିବା ଲୋକେ ଏହି ଦୃଶ୍ୟକୁ ଦେଖି ହସୁଛନ୍ତି । ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ବର୍ତ୍ତମାନ ଦେଢ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଏହି ଭିଡିଓକୁ ଦେଖି ଅନେକ ଲୋକ ମଜାଦାର କମେଣ୍ଟ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି । ଜଣେ ୟୁଜର ଲେଖିଥିଲେ ଯଦି ଆପଣ ଦୁଖୀ ଅଛନ୍ତି ତେବେ ଏହି ଭିଡିଓ ଦେଖନ୍ତୁ । ଆଉ ଏକ ୟୁଜର ଲେଖିଥିଲେ ବତକ ଲାଇଫ ଜ୍ୟାକେଟ ପିନ୍ଧିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More