Only for Entertainment

ମାଟିତଳେ ରହିଛି ଏକ ନିଆରା ଗାଁ !

pbase
0 71

ଦିନକୁ ଦିନ ଜନ ସଂଖ୍ୟା ବଢିବା ସହିତ ଗାଁ ଲୋକମାନେ ସହର ମୁହାଁ ହେଉଛନ୍ତି । କିନ୍ତୁ ଗାଁ ସବୁବେଳେ ନିଆରା ଏବଂ ତାହାର ପ୍ରାକୃତିକ ଦୃଶ୍ୟ ମଧ୍ୟ ନିଆରା  । ମାତ୍ର ଆଜିକାଲିର ଲୋକମାନେ ପରିବର୍ତ୍ତନଶୀଳ ଜୀବନ ଶୈଳୀକୁ ଆପଣାଇବାକୁ ଯାଇ ସହରରେ ବସତି ସ୍ଥାପନ କରିଥାନ୍ତି  । ଆପଣମାନେ ସମସ୍ତେ ଜାଣିଥିବେ ସହର ବାସୀଙ୍କର ଚାଲିଚଳଣ ସଂପୂର୍ଣ୍ଣ ଅଲଗା  ।

yaodong-62ଏହା ସତ୍ୱେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ସହରରେ ରହୁଥିଲେ ବି ଗାଁକୁ ଯିବା ପାଇଁ ଖୁବ୍ ପସନ୍ଦ କରନ୍ତି  । ସେଥିପାଇଁ ସେମାନେ କର୍ମମୟ ଜୀବନରୁ କିଛି ସମୟ ବାହାର କରି କିଛି ଦିନ ପାଇଁ ଗାଁ ପରିବେଶରେ ରହିବାକୁ ଯାଇଥାନ୍ତି  । ଏହି ଭଳି ଭାବରେ ଆପଣ ଅନେକ ଭିନ୍ନ ଭିନ୍ନ ଗାଁ ବିଷୟରେ ଶୁଣିଥିବେ ଏବଂ ଜାଣିଥିବେ ମଧ୍ୟ  । କିନ୍ତୁ କେବେ ମାଟିତଳେ ଥିବା ଗାଁ ବିଷୟରେ ଜାଣିଛନ୍ତି କି ? କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ୍ଥିଲେ ମଧ୍ୟ ଏହା ସତ୍ୟ  । ତେବେ ଆସନ୍ତୁ ଜାଣିବା ମାଟିତଳେ ଥିବା ଏହି ଗାଁ ବିଷୟରେ  ।

ଆଜ୍ଞା ହଁ ଚୀନ୍ର ହେନାନ୍ ପ୍ରାନ୍ତରର ମାଟିତଳେ ଏକ ନିଆରା ଗାଁ ରହିଛି  । ଦୀର୍ଘ ବର୍ଷ ଧରି ଏହି ଗାଁର ଲୋକମାନେ ମାଟିତଳେ ନିର୍ମିତ ଘରେ ରହି ଆସୁଛନ୍ତି  । ଦଶ ହଜାର ଗଜ ବିଶିଷ୍ଟ ଏହି ଗାଁରେ ତିନି ହଜାର ଲୋକ ବସବାସ କରୁଛନ୍ତି  ।
ଏହି ଗାଁଟି ମାଟିର ଉପରିଭାଗ ସ୍ଥିତ ୬ ରୁ ୭ ମିଟର ବିଶିଷ୍ଟ ଗଭୀରତାରେ ନିର୍ମିତ  । ଏହାର ଆକାର ଚର୍ତ୍ତୁଭୂଜ ବା ଆୟତାକାର ବିଶିଷ୍ଟ  । ଏବଂ ଏହି ଗାଁକୁ ସଂଯୋଗ କରିବା ପାଇଁ ମାଟି ତଳକୁ ଏକ ଗଳି ରାସ୍ତା ନିର୍ମାଣ କରାଯାଇଛି  । ଏହି ଗାଁଟି ୟାଓଦୋଂଗ୍ସ ନାମରେ ନାମିତ  ।

ସାଧାରଣ ଘର ଗୁଡିକ ଭଳି ଏହି ଗାଁର ଘର ଗୁଡିକରେ ଶୌଚାଳୟ,ବସିବା କକ୍ଷ,ରୋଷେଇ ଘର ଏବଂ ଶୟନ କକ୍ଷ ମଧ୍ୟ ଉପଲବ୍ଧ  । ଏହି ଘରର ମୁଖ୍ୟ ଭୂମିକା ହେଲା ଏଥିରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ତଥା ଭୂମିକମ୍ପର ପ୍ରଭାବ ପଡିନଥାଏ  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More