Only for Entertainment

କର୍ମଚାରୀଙ୍କ ପାଦ ଧୋଇଲେ କମ୍ପାନୀର ମାଲିକ, ସ୍ନେହ-ପ୍ରେମ ଓ ସମ୍ମାନର ଅନନ୍ୟ ଉଦାହରଣ

46

ଭଲ କାମ ଏବଂ କଠିନ ପରିଶ୍ରମ କରିବା ଦ୍ୱାରା କର୍ମଚାରୀଙ୍କୁ ବୋନସ ଏବଂ ସମ୍ମାନ ମିଳିବା ଏକ ସାଧାରଣ କଥା । କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ ବା ପ୍ରଶଂସା ନ କରି ରହିପାରିବେ ନାହିଁ । ଆଜ୍ଞା ହଁ ଏକ କସମେଟିକ କମ୍ପାନୀର ଦୁଇଜଣ ମହିଳା ଅଫିସର ଭଲ କାମ ପାଇଁ ତାଙ୍କର ୮ ଜଣ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନିତ କରିଛନ୍ତି, ଯାହାର ଭିଡ଼ିଓ ଭାଇରାଲ ହେଉଛି ।

ଘଟଣା ୨ ନଭେମ୍ବରର । ମିଡିଆ ରିପୋର୍ଟ ଅନୁସାରେ କର୍ମଚାରୀଙ୍କ ସମ୍ମାନ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ କମ୍ପାନୀର ପ୍ରେସିଡେଂଟ କର୍ମଚାରୀଙ୍କ ପାଦ ଧୋଇଲେ ଏବଂ ହାତ ଯୋଡ଼ି ସମ୍ମାନିତ କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More