Only for Entertainment

୬ବର୍ଷର ଝିଅକୁ ବିବାହ କଲେ ପିତା, କାରଣ ଜାଣିଲେ କାନ୍ଦି ପକାଇବେ !

amarujala
0 76

ମା ବାପାଙ୍କ ପାଇଁ ଛୁଆ ଅମୂଲ୍ୟ ଅଟନ୍ତି, ଏହି କାରଣରୁ ଛୁଆ ମାନଙ୍କର ସମସ୍ତ ଇଚ୍ଛା ପୂରଣ କରିବା ଲାଗି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ମାତ୍ର ଜଣେ ପିତା ନିଜ ଝିଅର ସ୍ୱପ୍ନ ପୂରଣ କରିବା ଲାଗି କିଛି ଏଭଳି କରିଛନ୍ତି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇପଡିବେ ।

g_1482133178

ଚୀନରେ ରହୁଥିବା ୬ବର୍ଷର ସି ହକିଂଙ୍କ ଇଚ୍ଛା ଥିଲା ତାଙ୍କ ବିବାହ ରାଜକୁମାରୀଙ୍କ ଭଳି ହେଉ ଏବଂ ତାଙ୍କର ଏହି ସ୍ୱପ୍ନ ତାଙ୍କ ବାପା ଜିଂଜାହା ପୂରଣ କରିଛନ୍ତି । ୬ବର୍ଷର ଝିଅର ସ୍ୱପ୍ନ ପୂରଣ କରିବାକୁ ଯାଇ ନିଜେ ବାପା ତାଙ୍କ ଝିଅଙ୍କୁ ସମସ୍ତଙ୍କ ସମ୍ମୁଖରେ ବିବାହ କରିଛନ୍ତି । ମାତ୍ର ଏଭଳି କରିବା ପଛରେ ଏକ ଭାବୁକତା ଭରି ରହିଛି ।

f_1482133129

ସି ନେଫ୍ରୋଟିକ ସିଣ୍ଡ୍ରୋମର ରୋଗରେ ଆକ୍ରାନ୍ତ ଅଟନ୍ତି ,ଯେଉଁ କାରଣରୁ ତାଙ୍କୁ ପ୍ରାୟତଃ ହସ୍ପିଟାଲରେ ରହିବାକୁ ପଡିଥାଏ । ଡାକ୍ତରଙ୍କ କହିବା ମୁତାବକ, ସିଙ୍କ ଜୀବନ ହୁଏତ ବଂଚାଯାଇପାରେ ।

ସିଙ୍କ ପିତା ହସ୍ପିଟାଲରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ସମସ୍ତ ଲୋକ ସାମିଲ ହୋଇଥିଲେ । ସେହିଠାରେ ସିଙ୍କୁ ମଧ୍ୟ ପ୍ରିନ୍ସେସ ଭଳି ସଜାଇ ଦିଆଯାଇଥିଲା ।

f_1482133151

ସି ପିତାଙ୍କୁ ବିବାହ କରି ଖୁବ ଖୁସି ଅନୁଭବ କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ନେଫ୍ରୋଟିକ ସିଣ୍ଡ୍ରମରେ କିଡ୍ନୀ ଅନେକ ମାତ୍ରାରେ ପ୍ରୋଟିନ ରିଲିଜ କରିଥାଏ । ଏହି କାରଣରୁ ଶରୀର ଫୁଲିବା ସହ ଇନଫେକ୍ସନ, ରକ୍ତ ଜମାଟ ଏବଂ ମୂତ୍ରର ରଂଗ ବଦଳିବା ଭଳି ସମସ୍ୟା ଦେଖାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More