Only for Entertainment

୯ବର୍ଷର ଝିଅ ବାଘ ଛୁଆ ସହ ଖେଳି ରାତାରାତି ହେଲା ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ!

38

ବର୍ତ୍ତମାନ ଯୁଗରେ ସୋସିଆଲ ମିଡ଼ିଆର ଖୁବ ଚାହିଦା ଚାଲିଛି, ଛୋଟ ଛୋଟ ଖବର ଆମ ପାଖେ ପହଞ୍ଚିବାକୁ ଆଉ ବେଶୀ ଡେରି ଲାଗୁନାହିଁ । ସେହିଭଳି କିଛି ଘଟଣା ଘଟିଛି ଚୀନ ରେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ୯ବର୍ଷର କୁନି ଝିଅ ଏକ ବାଘ ଛୁଆ ସହ ବନ୍ଧୁତା କରି ରାତାରାତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଝିଅଟି ଖୁବ ମଜାର ସହ ବାଘ ଛୁଆ ସହ ମଜାରେ ଖେଳୁଛି ଯାହାର ଭିଡ଼ିଓ ଏବଂ ଫଟୋ ଭାଇରାଲ ହେଉଛି ।

ଅସଲରେ ଝିଅର ବାପା ସନ ଜିଓଜିଙ୍ଗ ଚୀନର ଫୁଜିଆନ ପ୍ରଦେଶରେ ଥିବା ଡୋନଘୁ ଚିଡିଆଖାନାରେ କାମ କରନ୍ତି, ସେହିଠାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଅନେକ ଆନ୍ତର୍ଜାତିୟ ଖବରକାଗଜରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି । ବାଘ ଛୁଆଟିକୁ ବୟସ ୩ମାସ ହୋଇଥିବା ବେଳେ , ଝିଅଟି ତାକୁ ଗାଧେଇ ଦେଉଥିବାର ଏବଂ ଆହୁରି ଅନେକ କିଛି ଖେଳ ଖେଳୁଥିବାର ଦେଖିବାକୁ ମିଳିଛି । ଏଭଳି ବନ୍ଧୁତାକୁ କେହି କେହି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More