Only for Entertainment

ଯେତେବେଳେ ପିଟି ଟିଚର ପିଲାମାନଙ୍କୁ କରାଇଲେ ମଜାଦାର ଡ୍ୟାନ୍ସ, ଭିଡ଼ିଓ ଭାଇରାଲ !

32

ସ୍କୁଲରେ ପିଲାଙ୍କ ପାଠପଢା ଚାପ କମ୍‌ କରିବା ସହ ଶାରୀରିକ ଓ ମାନସିକ ରୂପେ ସେମାନଙ୍କୁ  ଫିଟ୍‌ ରଖିବାକୁ ରହିଛି ପିଟି କ୍ଲାସ୍‌। ଏଥିରେ ପିଲାଙ୍କୁ ବିଭିନ୍ନ ପ୍ରକାର ଏକ୍ସରସାଇଜ ଶିଖାଯାଇଥାଏ।  ଏଥିରେ ସବୁ ଛାତ୍ରଛାତ୍ରୀ ସାମିଲ ହେବା ବାଧ୍ୟତାମୂଳକ।  ହେଲେ ଚିନ୍‌ରେ ହୋଇଥିବା ଏକ ପିଟି କ୍ଲାସ୍‌ରେ ପିଟି ଶିକ୍ଷକ ଏପରି କିଛି କାମ କରିଛନ୍ତି ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ପିଟି ଶିକ୍ଷକଜଣକ ଖେଳ ପଡ଼ିଆରେ ୪୦୦ ପିଲାଙ୍କୁ ଛିଡ଼ା କରାଇ ତାଙ୍କ ପିଟି କ୍ଲାସ୍‌ ନେଉଛନ୍ତି। ଯାହାକି  ଖୁବ୍‌ ମଜାଦାର ଲାଗୁଛି। ଏଥିରେ ପିଲାମାନେ ଏକ୍ସରସାଇଜ କରିବା ପରିବର୍ତ୍ତେ ନିଜ ଶିକ୍ଷକଙ୍କ ସହ ତାଳରେ ତାଳ ମିଶାଇ ଡ୍ୟାନ୍ସରେ ମାତି ଯାଇଛନ୍ତି। ପିଲାମାନେ ବି ଏହାର ଭରପୁର ମଜା ଉଠାଉଛନ୍ତି। ଶିକ୍ଷକଜଣକ ‘DaddyYankee Dura’  ଭଳି ପପୁଲାର ଗୀତରେ ନୃତ୍ୟ ପରିବେଷଣ କରୁଛନ୍ତି।

ଏହି ଗୀତ ଏତେ ପପୁଲାର ଯେ, ଏହା ଉପରେ ପୂର୍ବରୁ ମଧ୍ୟ ବହୁତ ଟିକ୍‌ଟକ୍‌ ଭିଡ଼ିଓ ଓ ଅନ୍ୟ ଭିଡ଼ିଓ ହୋଇ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ହେଉଛି। ଏହାର କ୍ରେଜ୍‌  କମିବା ନାଁ ଧରୁନି। ଏହା ପ୍ରଥମ ଥର ନୁହେଁ ଯେ, ଜଣେ ଟିଚର୍‌ ପିଲାଙ୍କ ସହ ମଜାଦାର ଡ୍ୟାନ୍ସ କରିଥିବେ। ଏହା ପୂର୍ବରୁ ମଧ୍ୟ ଚିନ୍‌ରେ ଜଣେ ପ୍ରିନ୍ସିପାଲ  ପିଲାଙ୍କ ସହ ଡ୍ୟାନ୍ସ କରୁଥିବାର ମଜାଦାର ଭିଡ଼ିଓ ବେଶ୍‌ ଭାଇରାଲ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More