Only for Entertainment

ନିଆରା ମନ୍ଦିର : ଯେଉଁଠି ଚିଠି ଲେଖି ନ୍ୟାୟ ମାଗନ୍ତି ଲୋକ !

nari
33

ଭାରତୀୟ ସଂସ୍କୃତି ଏବଂ ହିନ୍ଦୁ ଧର୍ମ ପୂରା ଦୁନିଆରେ ବ୍ୟାପି ରହିଛି । ଉତ୍ତରାଖଣ୍ଡକୁ ଦେବଭୂମି ବୋଲି କୁହାଯାଇଥାଏ । କାରଣ ଏଠାରେ ଦେବା ଦେବୀଙ୍କ ଅନେକ ଚମତ୍କାର ମନ୍ଦିର ରହିଛି । ସେଥିମଧ୍ୟରୁ ଏପରି ଏକ ମନ୍ଦିର ଅଛି ଗୋଲୁ ଦେବତାଙ୍କର । ଏହି ମନ୍ଦିରକୁ ମନୋସ୍କାମନା ପୂରଣ କରିବା ପାଇଁ ଦୂର ଦୂରାନ୍ତରୁ ଅନେକ ଲୋକ ଆସିଥାନ୍ତି । ସ୍ଥାନୀୟ ମାନ୍ୟତା ଅନୁସାରେ ଗୋଲୁ ଦେବତାଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ । ଏହି ଦେବତାଙ୍କର ପ୍ରସିଦ୍ଧି କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଖାସ କଥା…

ଉତ୍ତରାଖଣ୍ଡରେ ଗୋଲୁ ଦେବତାଙ୍କ ଅନେକ ମନ୍ଦିର ରହିଛି । କିନ୍ତୁ ଏହି ମନ୍ଦିର ମଧ୍ୟରୁ ସବୁଠାରୁ ଲୋକପ୍ରିୟ ମନ୍ଦିର ହେଉଛି ଅଲ୍ମୋଡା ଜିଲ୍ଲାରେ ସ୍ଥିତ ଚିତଉ ଗୋଲୁ ଦେବତାଙ୍କ ମନ୍ଦିର । ଏଠାରେ ଗୋଲୁ ଦେବତାଙ୍କୁ ରାଜବଂଶୀ ଦେବତା ବୋଲି ମଧ୍ୟ କୁହାଯାଏ । ଏଠାରେ ପ୍ରତ୍ୟେକ ସମୟରେ ଭକ୍ତଙ୍କ ଭିଡ ଲାଗି ରହିଥାଏ ।

   

ଗୋଲୁ ଦେବତାଙ୍କୁ ଉତ୍ତରାଖଣ୍ଡରେ ଅନେକ ନାମରେ ପୂଜା କରାଯାଇଥାଏ । କିଛି ଲୋକେ ତାଙ୍କୁ ଶିବ ଏବଂ ବିଷ୍ଣୁଙ୍କ ଅବତାର ଭାବେ ମଧ୍ୟ ପୂଜା କରିଥାନ୍ତି । ଏଠାରେ ଲୋକେ ନିଜର ମନୋସ୍କାମନା କିମ୍ବା ନ୍ୟାୟ ମାଗିବା ପାଇଁ ଭଗବାନଙ୍କୁ ଚିଠି ମାଧ୍ୟମରେ ଜଣାଇଥାନ୍ତି । ଲୋକଙ୍କ ମନୋସ୍କାମନା ପୂରଣ ହେବା ପରେ ସେମାନେ ମନ୍ଦିରରେ ଘଣ୍ଟି ଚଢାଇଥାନ୍ତି । ସେଥିପାଇଁ ଏହି ମନ୍ଦିରରେ ବିଭିନ୍ନ ପ୍ରକାରର ଘଣ୍ଟି ଦେଖିବାକୁ ମିଳିଥାଏ ।

ଚିତଇ ଗୋଲୁ ମନ୍ଦିର ଅଲ୍ମୋଡା ଟାରୁ ୮ କିଲୋମିଟର ଦୂରରେ ଅବସ୍ଥିତ । ଧଳା ଘୋଡାରେ ମୁଣ୍ଡରେ ପଗଡି ବାନ୍ଧି ଗୋଲୁ ଦେବତାଙ୍କ ପ୍ରତିମା ଆପଣ ଏହି ମନ୍ଦିରରେ ଦେଖିବାକୁ ପାଇବେ । ଆପଣ ଏହି ମନ୍ଦିରକୁ ବସ ମାଧ୍ୟମରେ କିମ୍ବା ନିଜ ଗାଡିରେ ଯାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More