Only for Entertainment

ଚିତ୍ରାଙ୍ଗଦା ସିଂ ମଧ୍ୟ #metoo ଉପରେ ଖୋଲିଲେ ମୁହଁ, କହିଲେ ନିର୍ଦ୍ଦେଶକ ତାଙ୍କୁ ଡ୍ରେସ ଉଠାଇବାକୁ କହିଥିଲେ!!!

46

ବଲିଉଡରେ #metoo କ୍ୟାମ୍ପେନ ଆରମ୍ଭ ହୋଇଗଲାଣି । ବିଗତ ୨ସପ୍ତାହ ହେଲା ଅନେକ ଅଭିନେତ୍ରୀ ସାମ୍ବାଦିକା ନିଜ ସହ ହୋଇଥିବା ଯୌନ ଶୋଷଣ ମାମଲାର ଖୁଲାସା କରିବାରେ ଲାଗିଛନ୍ତି । କିଛି ଜଣ ତ ୨୦ବର୍ଷ ତଳର ରାଜ ମଧ୍ୟ ଖୋଲିଛନ୍ତି । ଏହାମଧ୍ୟରେ ଅଭିନେତ୍ରୀ ଚିତ୍ରାଙ୍ଗଦା ମଧ୍ୟ ତାଙ୍କ ସହ ହୋଇଥିବା ଘଟଣା ସେୟାର କରିଛନ୍ତି ।

ପୂର୍ବ ବର୍ଷ ଚିତ୍ରାଙ୍ଗଦା ଫିଲ୍ମ ‘ବାବୁମୋସାୟ ବନ୍ଧୁକବାଜ’ରେ ଲିଡ଼ ରୋଲ ଭୂମିକା ତୁଲାଉଥିଲେ । ଏହି ଫିଲ୍ମର ନିର୍ଦ୍ଦେଶକ ତାଙ୍କୁ କିଛି ଏଭଳି ସିନ କରିବାକୁ କହିଥିଲେ ଯେଉଁ କାରଣରୁ ସେ ଫିଲ୍ମ ଛାଡିବା ଲାଗି ବାଧ୍ୟ ହୋଇଥିଲେ । ନିର୍ଦ୍ଦେଶକ ତାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ ।

ଚିତ୍ରା ଙ୍କୁ ନାବାଜୁଦ୍ଦିନ ସିଦିକି ଙ୍କ ସହ ଖରାପ ସିନ କରିବା ପାଇଁ କୁହା ଯାଇଥିଲା । ଚିତ୍ରା କହିଛନ୍ତି ଯେ ଏବେ ମହିଳା ମାନେ ଖୋଲା ଖୋଲି ଭାବେ ନିଜ ସହ ହୋଇଥିବା ଅତ୍ୟାଚାର ବିଷୟରେ କହିପାରୁଛନ୍ତି, ଲୋକ ମଧ୍ୟ ସାହାଯ୍ୟ କରୁଛନ୍ତି । ଏହା ଏକ ଭଲ ପ୍ଲାଟଫର୍ମ ଅଟେ ।ସେ ତନୁଶ୍ରୀଙ୍କୁ ଏହାର ସମସ୍ତ କ୍ରେଡିଟ ଦେଇଛନ୍ତି ।

ଚିତ୍ରାଙ୍ଗଦା ନିଜ ସହ ହୋଇଥିବା ଘଟଣାକୁ ମନେ ପକାଇ କହିଛନ୍ତି ଯେ , ନିର୍ଦେଶକ ତାଙ୍କୁ ତାଙ୍କ ପେଟିକଟ ଉଠାଇ ନିଜକୁ ରଗଡିବାକୁ କହିଥିଲେ । ଏଭଳି କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଏହି କଥାକୁ ବିରୋଧ କରି ଫିଲ୍ମ ଛାଡ଼ିଦେଇଥିଲେ ।

ସେଠାରେ ନବାଜ,କୋ ଡିରେକ୍ଟର, ଫଟୋଗ୍ରାଫର ଏବଂ ପ୍ରଡ୍ୟୁସର ମଧ୍ୟ ସମସ୍ତେ ଥିଲେ, ମାତ୍ର କେହିହେଲେ ତାଙ୍କ ସାଥ ଦେଇନଥିଲେ । ଏହାପରେ ପ୍ରେସମିଟରେ ମେକର୍ସ କହିଥିଲେ ଯେ ଭଲ ହେଲା ଚିତ୍ରାଙ୍ଗଦା ଏହି ଫିଲ୍ମ ଛାଡିଦେଲେ । ନବାଜ କହିଥିଲେ ଯେ ସେ ଖୁବ ମଜା କଲେ । ଏଭଳି ମନ୍ତବ୍ୟ ଜଣେ ପ୍ରସିଦ୍ଧ ଅଭିନେତାଙ୍କ ମୁହଁରୁ ଶୋଭା ନ ପାଉଥିବା କହିଛନ୍ତି ଚିତ୍ରାଙ୍ଗଦା । ଏଠାରେ ଆମେ କହି ରଖୁଛୁ ଯେ ସେ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘ବାଜାର’ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More