Only for Entertainment

ସର୍ବଦା ଖାଆନ୍ତୁ ଚକୋଲେଟ ! କ୍ୟାନସର ଏବଂ ମୋଟାପଣ ମିଳିବ ମୁକ୍ତି ।

magazin.com
0 61

ଡ୍ରାକ୍ ଚକୋଲେଟରେ ଚିନି ବା ସର୍କରା ପରିମାଣ କମ୍ ଥାଏ। ଯାହା କୋଲେଷ୍ଟ୍ରଲକୁ ବଢିବାକୁ ଦେଇ ନଥାଏ। ତେଣୁ ଏ ଚକୋଲେଟ୍ ଖାଇଲେ ମେଦ ବହୁଳତା ଦେଖାଦେବାର ଆଶଙ୍କା ନଥାଏ।

ମୋଟାପଣ କମାଏ: ସେହିପରି ସବୁ ଚକୋଲେଟ୍ ଯେ ଆମକୁ ମୋଟା କରିଦିଏ ତାହା ଭୁଲ୍। କିଛି ଚକୋଲେଟ୍ ଅଛି ଯାହା ଖାଇବା ଦ୍ୱାରା ଆମକୁ ଏମିତି କିଛି ଫାଇଦା ମିଳିଥାଏ, ଯାହା ହୁଏତ ବ୍ୟାୟମରୁ ଆମକୁ ମିଳେନି। କିଛି ଚକୋଲେଟ୍ରେ ବହୁ ପରିମାଣରେ ପୁଷ୍ଟିସାର ଥାଏ, ଯାହା ଅନେକ ରୋଗ ଭଲ କରିଥାଏ। ଚକୋଲେଟ୍ରେ ଥିବା କ୍ୟାଫନ୍ ଓ ଥିଓବ୍ରୋମିନ୍ ଉପାଦାନ ଶରୀରକୁ ଶକ୍ତି ଯୋଗାଇଥାଏ।  chocolate-facebookJumbo

ହୃଦୟ ଜନିତ ସମସ୍ୟା: ଡାର୍କ ଚକଲେଟ ଖାଇବା ଦ୍ୱାରା ଶରୀରରେ ଗ୍ଳୁକୋଜ ସ୍ଥର ରହିବା ସହ ଲିପିଡ ପ୍ରୋଫାଇଲରେ ସୁଧାର ଆସିଥାଏ ଯାହା ହୃଦୟଜନିତ ସମସ୍ୟାକୁ ଦୂର କରେ। ଡାର୍କ ଚକଲେଟରୁ ମିଳୁଥିବା ପୋଲିଫେନିକ ଓ ଆଣ୍ଟିଅକ୍ସିଡାନ୍ଟ ଆମ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ। ଏହାଦ୍ୱାରା ପେଟରେ ଏମିତି ଏକ ବ୍ୟାକ୍ଟେରିଆର ଜମା ହୋଇଥାଏ ଯାହା ହାର୍ଟ ପାଇଁ ଆଣ୍ଟି ଇନ୍ଫେମେଟୋରି କଂପାଉଣ୍ଡ ପ୍ରସ୍ତୁତ କରିଥାଏ।

ରକ୍ତ ପରିମାଣ ବଢ଼ାଏ: ଡାର୍କ ଚକଲେଟ୍ରେ ମେଗ୍ନିସିୟମ ଓ ଆଇରନର ପରିମାଣ ଅଧିକ ଦେଖା ଦେଇଥାଏ। ଯାହା ରକ୍ତରେ ହିମୋଗ୍ଲୋବିନ ବଢାଇଥାଏ ଏହି ମ୍ୟାଗ୍ନେସିୟମ ଦ୍ୱାରା ଫେଟି ଏସିଡ ଠିକ ରହିଥାଏ।

ଗର୍ଭବତୀଙ୍କ ପାଇଁ ଉପକାରୀ: ଡାର୍କ କୋକ ପାଉଡରରୁ ତିଆରି ହୋଇଥିବା ଚକଲେଟ୍ ଖାଇବା ଦ୍ୱାରା ଗର୍ଭବତୀ ମହିଳାଙ୍କ ଶରୀରରେ ରକ୍ତର ପରିମାଣ ଠିକ ରହିଥାଏ।  ଯାହାଦ୍ୱାରା ପିଲାକୁ ସଠିକ ପୃଷ୍ଟି ମିଳିଥାଏ ଓ ସୁସ୍ଥ ପିଲା ଜନ୍ମ ନେଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More