Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ପାଟି ସୁଆଦିଆ ଚକୋଲେଟ ସମୋସା !

46

ଆବଶ୍ୟକୀୟ ସାମଗ୍ରୀ :
୨୫୦ ଗ୍ରାମ୍‌ ଡାର୍କ ଚକୋଲେଟ୍‌

୧୨୫ ଗ୍ରାମ୍‌ ଭଜା କାଜୁ

୫୦ ଗ୍ରାମ୍‌ ଭଜା ପିସ୍ତା

୫୦୦ ଗ୍ରାମ୍‌ ଚିନି

ଆବଶ୍ୟକ ଅନୁସାରେ ତେଲ

ଦେଢ଼ ଗ୍ରାମ୍‌ ଗରମ ମସଲା ଗୁଣ୍ଡ

୫୦୦ ଗ୍ରାମ୍‌ ମଇଦା

୫ ଗ୍ରାମ୍‌ ଗୁଜୁରାତି ଗୁଣ୍ଡ

ତିନି ଚତୁର୍ଥାଶଂ କପ୍‌ ଘିଅ ଓ ଆବଶ୍ୟକ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:
ଏକ ବଡ଼ ପାତ୍ରରେ ମଇଦା, ଦେଶୀ ଘିଅ, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ନରମ ଭାବେ ଦଳନ୍ତୁ। ଏବେ ସମୋସାରେ ଭରିବା ଲାଗି ଚକୋଲେଟ୍‌କୁ ମାଇକ୍ରୋୱେଭ୍‌ରେ ତରଳାଇ ଦିଅନ୍ତୁ। ଏବେ ଏଥିରେ ଭଜା ଡ୍ରାଏ ଫ୍ରୁଟ୍‌ ପକାନ୍ତୁ। ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ରଖି ଏଥିରେ ଦୁଇ କପ୍‌ ପାଣି ଗରମ କରନ୍ତୁ। ଏଥିରେ ଚିନି ଓ ଗରମ ମସଲା ଗୁଣ୍ଡ ପକାଇ ଚିନି ତରଳିବା ଯାଏ ଗରମ କରନ୍ତୁ। ଚିନି ଶିରା ମୋଟା ହେବା ଦରକାର। ଏବେ ଚକଟା ହୋଇ ରହିଥିବା ମଇଦାରୁ ଅଳ୍ପ ନେଇ ଛୋଟ ପୁରି ଭଳି ବେଲନ୍ତୁ। ଏଥିରେ ଚକୋଲେଟ୍‌ ଫିଲିଙ୍ଗ କରି ସମୋସା ଆକାରରେ ତିଆରି କରନ୍ତୁ। ସମସ୍ତ ସମୋସା ଠିକ୍‌ ଏହି ଭଳି ତିଆରି କରନ୍ତୁ। ଏବେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ସମୋସା ଗୋଲ୍ଡେନ୍‌ ହେବା ଯାଏ ଛାଣନ୍ତୁ। ସମୋସା ଫ୍ରାଏ ହୋଇଗଲା ପରେ ଏହାକୁ ଟିସୁ ପେପରକୁ ବାହାର କରନ୍ତୁ, ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ସମୋସାକୁ ଚିନି ଶିରାରେ ବୁଡ଼ାଇ ରଖନ୍ତୁ। ଶିରାରୁ ବାହାର କରି ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More