ପିଆଜ କାଟିବା ସମୟରେ କାନ୍ଦି ପକାଉଥିଲେ, କରନ୍ତୁ ଏହି ସରଳ ଉପାୟ ।
ପିଆଜ କାଟିବା କଥା କହିଲେ ଅଧିକାଂଶ ମନା କରି ଦିଅନ୍ତି । କାରଣ ପିଆଜ କାଟିଲେ ଆଖି ପୋଡ଼େ ଏବଂ ଲୁହ ଅନବରତ ବହେ । ଯେଉଁ କାରଣରୁ ପିଆଜ କାଟିବାକୁ ଅଧିକାଂଶ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି ଏହି ପ୍ରକ୍ରିୟାକୁ ସରଳ କରିଦିଆଯିବ ତେବେ ନିହାତି ଭାବରେ କେହି ଚିନ୍ତିତ ହେବେ ନାହିଁ ଏବଂ ଅତି ସହଜରେ ପିଆଜ କାଟିପାରିବେ । ପିଆଜ କାଟିବା ସମୟରେ କ’ଣ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଆଲୋଚନା କରିବା ।
୧. ପିଆଜ କାଟିବା ପାଇଁ ସର୍ବଦା ଦାଢ ଛୁରୀର ବ୍ୟବହାର କରନ୍ତୁ ।
୨. ପିଆଜ କାଟିବା ପୂର୍ବରୁ ଏହାକୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ ।
୩. ପିଆଜକୁ ପାଣିରେ ରଖି କାଟନ୍ତୁ ।
୪. ପିଆଜ କାଟିବା ସମୟରେ ନିଃଶ୍ୱାସ ପାଇଁ ପାଟିର ବ୍ୟବହାର କରନ୍ତୁ ।
୫. ପିଆଜକୁ ପାଣିରେ ଭିଜାଇ ରଖନ୍ତୁ ।
୬. ପିଆଜ କାଟିବା ସମୟରେ ପାର୍ଟିରେ ହ୍ୱସିଲ ମାରନ୍ତୁ ।
୭. ପିଆଜ କାଟିବା ସମୟରେ ପାଉଁରୁଟିର ଏକ ଟୁକୁଡ଼ା ମଧ୍ୟ ପାଟିରେ ରଖି କାଟିପାରିବେ ।
୮. ପିଆଜ କାଟିବା ସମୟରେ ଟାଇଟ ଚଷମା ବ୍ୟବହାର କରିପାରିବେ ।