Only for Entertainment

ରିଲିଜ ହେଲା ଫିଲ୍ମ ‘ମୋତିଚୁର ଚକନାଚୁର’ର ନୂଆ ଇମୋସନାଲ ଗୀତ ‘ଛୋଟି ଛୋଟି ଗଲ’, ଦେଖନ୍ତୁ ଭିଡିଓ

Latestly
34

ଅପକମିଂ ଫ୍ୟାମିଲି ଡ୍ରାମା କମେଡି ଫିଲ୍ମ ମୋତିଚୁର ଚକନାଚୁର ନୂଆ ଗୀତ ରିଲିଜ ହୋଇଛି । ଗୀତର ଟାଇଟଲ ରହିଛି ‘ଛୋଟି ଛୋଟି ଗଲ’ । ଗୀତରେ ଦେଖିବାକୁ ମିଳିଛି ଲିଡ ଷ୍ଟାର ନୱାଜୁଦ୍ଧିନ ସିଦିକି ଓ ଆଥେୟା ସେଟ୍ଟୀଙ୍କ ଅଭିନୟ । ଏହି ରୋମାଂଟିକ ଟ୍ରାକକୁ ଗାଇଛନ୍ତି ଅର୍ଜୁନ ହରଜାଇ ଓ ୟେଶିର ଦେଶାଇ । ଗୀତକୁ ଲେଖିଛନ୍ତି କୁମାର ।

କମେଡି – ଡ୍ରାମା କାହାଣୀକୁ ନେଇ ବଲିଉଡ୍ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ‘ମୋତିଚୁର୍ – ଚକନାଚୁର୍’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଧିକି ଓ ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କୁ ଦେଖିବାକୁ ମିଳିବ ।

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଫିଲ୍ମ ପୁଷ୍ପେନ୍ଦର୍ ଓ ଆନିଙ୍କୁ ନେଇ ଗତିଶୀଳ । ଉଭୟ ବିବାହ ପାଇଁ ଯୋଗ୍ୟ । ପୁଷ୍ପେନ୍ଦରଙ୍କୁ ୩୬ ବର୍ଷ ହୋଇଥିବାବେଳେ, ତାଙ୍କୁ କୌଣସି ବି ଝିଅ ମିଳେନି ବିବାହ ପାଇଁ । ସେପଟେ ଆନ୍ନିଙ୍କ ସ୍ୱପ୍ନ ବିବାହ କରି ବିଦେଶ ଯିବେ । ପୁଷ୍ପେନ୍ଦର୍ ଦୁବାଇରେ କାମ କରୁଥିବା ଯାଣି ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରେ ଆନ୍ନି । ହେଲେ ବିବାହ ପରେ ଜାଣିବାକୁ ପାଏ ପୁଷ୍ପେନ୍ଦର ଦୁବାଇରେ ଚାକିରି କରେନି । ଏମିତି ଏକ ଫନି କମେଡି କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ମୋତିଚୁର୍ – ଚକନାଚୁର’ରେ ପୁଷ୍ପେନ୍ଦର୍ ଚରିତ୍ରରେ ନୱାଜୁଦ୍ଦିନ୍ ସିଦ୍ଧିକି ଓ ଆନ୍ନି ଚରିତ୍ରରେ ଆଥିୟା ସେଟ୍ଟିଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ପ୍ରଯୋଜନା ରାଜେଶ ଭାଟିଆ ଓ କିରଣ ଭାଟିଆ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଦେବମିତ୍ରା ବିଶ୍ୱାଲ୍ । ୧୫ ନଭେମ୍ବରରେ ପରଦାକୁ ଆସିବ ଏହି ଫିଲ୍ମ ‘ମୋତିଚୁର୍ – ଚକନାଚୁର୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More