Only for Entertainment

ଖ୍ରୀଷ୍ଟମାସ ପାଇଁ ମଲରେ ଚାଲିଥିଲା ଡ୍ୟାନ୍ସ, ପୋଲିସ ପହଁଚି କଲେ କିଛି ଏପରି ! ଭାଇରାଲ ହେବାରେ ଲାଗିଛି ଭିଡିଓ

Fox 8
24

ଫ୍ଲୋରିଡାର ମିୟାମୀରେ ଏପରି କିଛି ହୋୁଇଛି ଯାହାକୁ ଦେଖିବା ପରେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ । ଖ୍ରୀଷ୍ଟମାସ ସିଜିନ ଅବସରରେ ମିୟାମୀର ଏକ ମଲରେ ପ୍ଲାସ ମବ ଚାଲିଥିଲା । ଅନେକ ଡ୍ୟାନ୍ସର ସେଠାରେ ଡ୍ୟାନ୍ସ କରୁଥିଲେ କିିନ୍ତୁ ହଠାତ ସେଠାରେ ପୋଲିସ ଆସି ଡ୍ୟାନ୍ସରମାନଙ୍କ ଅଟକାଇଥିଲେ ଏବଂ ପରେ ନିଜେ ଡ୍ୟାନ୍ସ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫ୍ଲୋରିଡାର ଏବେଞ୍ଚୁରା ମଲରେ କ୍ରିସମାସ ପାଇଁ ଡ୍ୟାନ୍ସର୍ସ ଡ୍ୟାନ୍ସ କରୁଥିଲେ ଏବଂ ଅନେକ ଲୋକେ ସେଠାରେ ଡ୍ୟାନ୍ସ ଦେଖିଥିଲେ । ଅଚାନକ ସେଠାରେ ଦୁଇଜଣ ପୋଲିସ କର୍ମଚାରୀ ପହଁଚି ଡ୍ୟାନ୍ସ କାର୍ଯ୍ୟକ୍ରମକୁ ଅଟକାଇଥିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ନିରଶ ହୋଇଯାଇଥିଲେ । ଏହାପରେ ଦୁଇ ପୋଲିସ କର୍ମଚାରୀ ଡ୍ୟାନ୍ସ କରିଥିଲେ । ଏହା ପରେ ପୁରା ଗ୍ରୁପ ସେମାନଙ୍କ ସହିତ ମିଶି ଡ୍ୟାନ୍ସ କରିଥିଲେ ।

ଏହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ଖୁବ ତାଳି ମାରିଥିଲେ ଏବଂ ପ୍ରୋତ୍ସାହନ ହେଇଥିଲେ । ଏହି ଭିଡିଓକି ସେଠାକାର ସିଟି ପୋଲିସ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More