Only for Entertainment

ଓଡିଆ ଫିଲ୍ମ ଚୁମକି ସେ ପାଣିରେ ବୁଡିବ ନାହିଁ କି’ ର ଶୁଭ ମହୁରତ

kanaklifestyle
71

କେବଳ ରୋମାନ୍ସ ନୁହେଁ ସୁପର ନ୍ୟାଚୁରାଲ ଲଭଷ୍ଟୋରୀ ନେଇ ଆସୁଛି ଅପକମିଂ ଓଡିଆ ଫିଲ୍ମ ଚୁମକି ସେ ପାଣିରେ ବୁଡିବ ନାହିଁ କି’ । ୩୫ବର୍ଷ ପୁରୁଣା ଓଲିଉଡର ହିଟ ଫିଲ୍ମ ସ୍ୱପ୍ନସାଗର ହିଟ ଗୀତକୁ ନେଇ ନୂଆ ଫିଲ୍ମର ଟାଇଟେଲ ବାଛିଛନ୍ତି ମେକର । କୋରାପୁଟରୁ ରାଜଧାନୀ ଭୁବନେଶ୍ୱର ଯାଏଁ କିଭଳି ପ୍ରେମୀ ଯୋଡି ନିଜର ସଂର୍ଘଷ ସହ ସଫର ପୂରା କରନ୍ତି ଏହାକୁ ନେଇ ଗତିଶୀଳ ହେବ ଫିଲ୍ମର କାହାଣୀ ।ଫିଲ୍ମ ‘ଚୁମକି ସେ ପାଣିରେ ବୁଡିବ ନାହିଁ କି’ ରେ ମୁଖ୍ୟ ଭୁମିକାରେ ଛୋଟପରଦାର ଲୋକପ୍ରିୟ ନାୟିକା ଉପାସନାଙ୍କ ସହ ହ୍ୟାଣ୍ଡସମ ହିରୋ ଶ୍ରେୟାନଙ୍କ ଅଭିନୟ ରହିଛି । ୩ବର୍ଷ ପରେ ଉପାସନା ପରଦାକୁ କମ ବ୍ୟାକ କରୁଛନ୍ତି । ଛୋଟପରଦାରେ ତାଙ୍କ ଯେଉଁଭଳି ଦର୍ଶକଙ୍କ ଭଲ ପାଇବା ମିଳିଥିଲା ସେଭଳି ପ୍ରଶଂସା ବଡ ପରଦାର ମିଳିବ ବୋଲି ଆଶା ରଖିଛନ୍ତି ନାୟିକା ଉପାସନା । ସେହିଭଳି ନିଜର ୨ୟ ଫିଲ୍ମ ନେଇ ବେଶ ଉତ୍ସାହିତ ଅଛନ୍ତି ଅଭିନେତା ଶ୍ରେୟାନ । ସେଲିଫିସ ଦିଲ ପରି ଏହି ଫିଲ୍ମର ମଧ୍ୟ ସଫଳତା ପାଇବ ବୋଲି ସେ ବେଶ ଆଶାବାଦୀ ଅଛନ୍ତି ।

 

ଫିଲ୍ମରେ ସ୍ଥାନ ପାଇବ ମୋଟ ୬ଟି ଗୀତ । ଭରଦ୍ୱାଜ ଓ ସୁରେଶ ପଣ୍ଡାଙ୍କ ଗୀତକୁ ସଂଗୀତାର ସଜାଇଛନ୍ତି ବିଭୁତି ଭୁଷଣ ଗଡନାୟକ । ଗୀତଗୁଡିକରେ ଓଲିଉଡ,ବଲିଉଡ ନାଁ କରା ସିଙ୍ଗରଙ୍କ ଆୱାଜ ରହିଛି । ଉପାସନା,ଶ୍ରେୟାନ୍ସଙ୍କ ସହ କୌଶିକ ମହାପାତ୍ର,ଜ୍ୟୋତି ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ଶକ୍ତିବରାଳଙ୍କ ପ୍ରମୁଖ ଭୁୂମିକାରେ ଅଭିନୟ ରହିଛି ।ଏହି ସୁପରନ୍ୟାଚୁରାଲ ହରର ଓ ଲଭଷ୍ଟୋରୀର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଗୀରିଷ ମହାନ୍ତି ।ଏଥିସହ ସେ କୋରିଓଗ୍ରାଫି ଦାୟିତ୍ୱରେ ମଧ୍ୟ ଅଛନ୍ତି ।

 

କାହାଣୀ,ସଂଳାପ ଓ ଚିତ୍ରନାଟ୍ୟ ଦାୟିତ୍ୱରେ ଅଛନ୍ତି ଭରଦ୍ୱାଜ ପଣ୍ଡା ।ଭଦ୍ର ମୋସନ ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ଓ ଆସନ୍ତାବର୍ଷ କରାଯିବ ରିଲିଜ ।ମହୁରତ ପରେ ଟିମ ଏବେ ଆଉଟଡୋର ସୁଟିଂ ପାଇଁ ମନାଲିରେ ଥିବା ଜଣାପଡିଛି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More