Only for Entertainment

ଝିଅଟି ୨୦ ଜଣ ପ୍ରେମିକଙ୍କୁ ଏଭଳି ବନାଇଲେ ଉଲୁ,ପଢିଲେ ଅବାକ ହୋଇଯିବେ ।

IBTimes India
0 96

ଏକ ଝିଅର ଚଚ୍ଛୁରତାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିବା ମାତ୍ରେ ସମସ୍ତେ ଅବାକ ହୋଇ ଯାଉଛନ୍ତି । ଚୀନରେ ଜଣେ ଝିଅ ଘର କିଣିବା ପାଇଁ ଯେଉଁ ଉପାୟ ଆପଣାଇଛନ୍ତି ତାହା ଅନ୍ୟକୁ ଭାବିବାକୁ ବାଧ୍ୟ କରିବ । ଝିଅଟି ପ୍ରଥମେ ୨୦ଟି ପ୍ରେମିକ କଲା,ଏହାପରେ ସେମାନଙ୍କ ଠାରୁ ଆଇଫୋନ ନେଲା ଏବଂ ପରେ ସେ ସମସ୍ତ ଆଇଫୋନକୁ ବିକ୍ରି କରି ଏକ ଘର କିଣିଲା ।

ବାସ୍ତବରେ ଚୀନରେ ଶାୟଲୀ ନାମକ ଏକ କଲେଜ ଛାତ୍ରୀକୁ ଘର କିଣିବାର ଥିଲା,କିନ୍ତୁ ତା ପାଖରେ ଟଙ୍କା ନଥିଲା । ଏହାପରେ ସେ ତା’ର ବୁଦ୍ଧି ପ୍ରୟୋଗ କରି ଜଣେ କିମ୍ବା ଦୁଇ ଜଣ ନୁହେଁ ବରଂ ୨୦ ଜଣକୁ ନିଜର ପ୍ରେମିକ କଲା । ସମସ୍ତ ବଏଫ୍ରେଣ୍ଡ ଠାରୁ ଆଇଫୋନ ୭ ଆଣିବା ପାଇଁ ସମସ୍ତଙ୍କୁ ରାଜି କରାଇଦେଲା । ଶାୟଲୀକୁ ଉପହାରରେ ମିଳିଥିବା ୨୦ଟି ଆଇଫୋନ ୭କୁ ଏକ ମୋବାଇଲ ଫୋନ ରିସାଇକ୍ଲିନିଙ୍ଗ ପ୍ଲାଂଟରେ ୧୨,୨୩,୧୮୬ ଟଙ୍କାରେ ବିକ୍ରି କରିଦେଲା ।

ସେହି ଟଙ୍କାରେ ସେ ତା’ର ନୂଆ ଘର କିଣିଲା । ଖବର ଅନୁସାରେ ସାଧାରଣ ପରିବାରର ଝିଅ ଶାୟଲୀର ବାପା ମାଆ ବୃଦ୍ଧ ହୋଇ ଯାଇଛନ୍ତି ଏବଂ ତା’ ଉପରେ ଘର କିଣିବାର ଚାପ ଥିଲା । ଶାୟଲୀଙ୍କ ଏହି ଆଇଡିଆ ଚୀନର ମାଇକ୍ରୋବ୍ଲଗିଙ୍ଗ ସାଇଟ ୱିବୋରେ ଭାଇରାଲ ହେଉଛି । କେହି କେହି ଶାୟଲୀର ପ୍ରଶଂସା କରୁଛନ୍ତି ତ କେହି କେହି ତାଙ୍କ ପ୍ରେମିକଙ୍କୁ ବୋକା କହୁଛନ୍ତି ଏବଂ ଅନ୍ୟ କେହି ଶାୟଲୀଙ୍କ ଏହି କାମକୁ ନିନ୍ଦା କରୁଛନ୍ତି । କିନ୍ତୁ ଶାୟଲୀ ଏ ସବୁକୁ ଖାତିର ନ କିତ ତାଙ୍କ ନୂଆ ଘରକୁ ସିଫ୍ଟ ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More