Only for Entertainment

ସୋସିଆଲ ମିଡିଆରେ ପରୀକ୍ଷା ସମୟରେ ସେଲ୍ଫି ନେବାର ଦୃଶ୍ୟ ଭାଇରାଲ !

13

ସରକାର ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ହେଲେ ସରକାରଙ୍କ ଏ ସମସ୍ତ ଯୋଜନା କିନ୍ତୁ ବେଳେ ବେଳେ ଅନେକ ସ୍ଥାନରେ ମାଟି କାମୁଡୁଛି। ଖାସ କରି ପରୀକ୍ଷା ସମୟରେ ଯେଉଁଭଳି ଭାବେ ନିୟମ ଭଙ୍ଗ ଦେଖିବାକୁ ମିଳିଥାଏ ତାହା ସରକାରଙ୍କର ସମସ୍ତ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କେଉଁଠି ପରୀକ୍ଷା ପ୍ରଶ୍ନ ପତ୍ରରେ ତୃଟି ଦେଖିବାକୁ ମିଳୁଛି ତ  କେଉଁଠି ଛାତ୍ରଛାତ୍ରୀମାନେ କପି କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଆଜି ପରୀକ୍ଷା କେନ୍ଦ୍ରରୁ ଏପରି ଦୃଶ୍ୟ ସାମନାକୁ ଆସିଛି ଯାହା ପରୀକ୍ଷା ପରିଚାଳନା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ମାଲକାନଗିରି ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା ହଲରେ କିଛି ପରୀକ୍ଷାର୍ଥୀ ମୋବାଇଲ ଫୋନ ବ୍ୟବହାର କରୁଥିବାର ଦୃଶ୍ୟ ସାମନାକୁ ଆସିଛି । ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ସମୟରେ ସେଲଫି ଉଠାଇବା ସହ କପି କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ବାବଦରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ କହିଛନ୍ତି ପରୀକ୍ଷା ହଲରେ ମୋବାଇଲ ବ୍ୟବହାର କରୁଥିବା ପରୀକ୍ଷାର୍ଥୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More