Only for Entertainment

ଦାସ୍ତାନ ଏ ମୋହବତ: ବନ୍ଦ ହେବାକୁ ଯାଉଛି ଶୋ ।

pinkvilla.com
22

କଲର୍ସରେ ପ୍ରସାରିତ ଶୋ ‘ଦାସ୍ତାନ ଏ ମୋହବତ ସଲିମ ଅନାରକଲି’ ଖୁବଶୀଘ୍ର ଅଫ ଏୟର ହେବାକୁ ଯାଉଛି । କେବଳ ତିନି ମାସ ହୋଇଥିବା ଏହି ଶୋ’କୁ ନିର୍ମାତା ବନ୍ଦ କରିବାର ନିଷ୍ୱତ୍ତି ନେଇଛନ୍ତି । ଶୋ’କୁ ଟିଆରପି ନ ମିଳିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କୁହାଯାଉଛି ଶୋ’ର ଶେଷ ଏପିସୋଡ ଶୁକ୍ରବାରକୁ ସୁଟିଂ ହେବ ।

ସ୍ପଟବଏର ଖବର ଅନୁସାରେ ଯେତେବେଳେ ଶୋ ପ୍ରଯୋଜକ ଅନିରୁଦ୍ଧ ପାଠକଙ୍କୁ ଏହା ବିିଷୟରେ ପ୍ରଶ୍ନ କରାଗଲା ସେ କହିଲେଯେ ମୁଁ କଲର୍ସର ନିଷ୍ପତ୍ତିକୁ ସମ୍ମାନ କରୁଛି, କିନ୍ତୁ ଅଚାନକ ଶୋ ବନ୍ଦ କରିବା ପାଇଁ ମୁଁ ଖୁବ ଦୁଃଖ ଅନୁଭବ କରୁଛି । କିନ୍ତୁ ଆମେ ପ୍ଲାନ କରୁଛୁଯେ ଶୋ’କୁ ଆମେ ଡିଜିଟାଲ ପ୍ଲାଟଫର୍ମକୁ ନେଇଯିବୁ ଓ ଷ୍ଟାରକାଷ୍ଟ ଏବଂ କ୍ରୁ ସମାନ ରହିବେ । କାହାଣୀକୁ ପରିବର୍ତ୍ତନ କରାଯିବ ନାହିଁ ।

ଶୋ କଥା ଆଲୋଚନା କରିବା ତ ଏଥିରେ ଶାହିର ଶେଖ ଏବଂ ସୋନାରିକା ଭଦୋରିଆ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ଖବର ମୁତାବକ ଏହି ଶୋ ବଦଳରେ ଏବେ ଗଠବନ୍ଧନ ଟେଲିକାଷ୍ଟ ହେବ । ଯାହା ଏକ ଗୁଜୁରାଟୀ ଆଇପିଏସ ଅଫିସର ଏବଂ ମୁମ୍ବାଇର ଡନ ମଧ୍ୟରେ ପ୍ରେମ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ଶୋ ଖୁବଶୀଘ୍ର ୍ରଆରମ୍ଭ ହେବ । ଏହାର ପ୍ରମୋ ମଧ୍ୟ ରିଲିଜ ହୋଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More