Only for Entertainment

୧୬ ବର୍ଷ ପରେ ପରଦାକୁ ଫେରିବେ ରୀନା ।

famous people india world
0 56

କାଳୀଚରଣ, ଅପନାପନ ନାଗିନ ଭଳି ଫିଲ୍ମ ମାନଙ୍କରେ ନିଜର ଜଲୱା ଦେଖାଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିବା ରୀନା ରାୟ ୭୦ ଓ ୮୦ ଦଶକର ଜଣେ ପ୍ରଖ୍ୟାତ ଅଭିନେତ୍ରୀ । ସୋନାକ୍ଷୀଙ୍କ ଚେହେରା ରୀନା ରୟଙ୍କୁ ମନେ ପକାଇବାକୁ ଦର୍ଶକଙ୍କୁ ସବୁବେଳେ ବାଧ୍ୟ କରିଛି । ସୂଚନା ଅନୁସାରେ ଝିଅ ସୋନାକ୍ଷୀ ଏବଂ ପରିବାରବର୍ଗଙ୍କ ପାଇଁ ସିନେମା ଠାରୁ ଦୂରେଇ ଯାଇଥିବା ରୀନା ରୟ ପୁଣିଥରେ ପରଦାକୁ ଫେରିବେ । ତେବେ ତାହା ସିିନେମାର ରୂପେଲି ପରଦାରେ ନୁହେଁ ବରଂ ଟିଭି ପରଦାରେ ନଜର ଆସିବେ ରୀନା ରୟ । ବହୁ ଦିନ ପରେ କମ ବ୍ୟାକକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି ।

ରୀନା ତାଙ୍କ ଫିଲ୍ମ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମରେ ନଜର ଆସିଛନ୍ତି । ରୀନାଙ୍କ କହିବା ଅନୁସାରେ ସେ ୧୬ ବର୍ଷ ହେବ ଫିଲ୍ମ କ୍ୟାରଅର ଠାରୂ ଦୂରେଇ ରହିଥିଲେ । ଖୁବ ଶୀଘ୍ର ରୀନା ବିକାଶ ଗୁପ୍ତାଙ୍କ ସୋ ଦ୍ୱାରା ପରଦାକୁ ଫେରିବେ । ତେବେ ରୀନା ହୃଦୟକୁ ଛୁଇଁବା ଭଳି ଚରିତ୍ରରେ ଅଭିନୟ କରିବା ପାଇଁ ବହୁ ଦିନ ଧରି ଅପେକ୍ଷା କରିଥିଲେ । ଖବର ଅନୁଯାୟୀ ୭ ଜାନୁୟାରୀକୁ ଖାସ ସୋ ବାତେଁ କହିଁ ଅନକହିରେ ନଜର ଆସିବେ ରୀନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More