Only for Entertainment

ବଲିଉଡ ସୁନ୍ଦରୀ ଦୀପିକା ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ଟକ୍କର ! ହେଲେ କାହିଁକି ?

GQ India
0 39

ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋଣ ଓ ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟରେ ସବୁବେଳେ ଦେଖିବାକୁ ମିଳିଛି ପ୍ରତିଯୋଗୀତା । ରିୟଲ୍ ଲାଇଫରେ ପରସ୍ପରକୁ ବନ୍ଧୁ ଭାବେ ମାନୁଥିବା ଏହି ଦୁଇ ସୁନ୍ଦରୀ କିନ୍ତୁ ପରସ୍ପରକୁ ସବୁବେଳେ ପ୍ରତିଦ୍ୱନ୍ଦୀ ଭାବେ ଦେଖୁଥିବା ଖବର ଶୁଣିବାକୁ ମିଳିଥାଏ । ସେ ବଲିଉଡ୍ ହେଉ କି ହଲିଉଡ୍ । ଦୁହିଁଙ୍କ ଭିତରେ ଟକ୍କର୍ ଲାଇମ୍ ଲାଇଟରେ ରହିଥାଏ ।

dp-pc

ଏବେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି । ତେବେ ଏହା କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ପ୍ରଶଂସକଙ୍କୁ ନେଇ ଦୁହିଁଙ୍କ ଭିତରେ ପ୍ରତିଯୋଗୀତା ଦେଖିବାକୁ ମିଳିଛି । ସୋସିଆଲ୍ ସାଇଟରେ ପ୍ରଶଂସକଙ୍କ ସଂଖ୍ୟାକୁ ନେଇ ଏହି ଦୁଇ ନାୟିକାଙ୍କ ଭିତରେ ଦେଖିବାକୁ ମିଳିଛି କମ୍ପିଟିସନ୍ । ସୋସିଆଲ୍ ସାଇଟ୍ ଇଂଷ୍ଟାଗ୍ରାମରେ ଉଭୟ ନାୟିକାଙ୍କ ଫଲୋଅର୍ ସଂଖ୍ୟା ୨୫ ମିଲିଅନ୍ ଟପି ସାରିଛି । କିନ୍ତୁ ପ୍ରିୟଙ୍କା ଦୀପିକାଙ୍କ ଠାରୁ କିଛି ଅଙ୍କ ଆଗୁଆ ରହିଛନ୍ତି । ତେବେ ଏହି ଦୁଇ ନାୟିକା ଫଲୋଅରଙ୍କ ରେସରେ ବିରାଟ କୋହଲି, ଶାହରୁଖ୍ ଖାନ୍, ସଲମାନ୍ ଖାନ୍, ଆମିର୍ ଖାନ୍, ଆଦି କଳାକାରଙ୍କୁ ପଛରେ ପକାଇ ଦେଇଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଖୁବ ଶୀଘ୍ର ସଲମାନଙ୍କ ସହିତ ଫିଲ୍ମ ‘ଭାରତ’ର ସୁଟିଂ ଆରମ୍ଭ କରିବେ । ସେହିପରି ଦୀପିକାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ପଦ୍ମାବତ’ରେ ଦେଖିବାକୁ ମିଳିଥିଲା । ବଅନେକ ବିବାଦ ପରେ ମଧ୍ୟ ଫିଲ୍ମ ୩୦୦ କୋଟି କ୍ଲବରେ ସାମିଲ ହୋଇ ରେକର୍ଡ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More