Only for Entertainment

ରୟାଲ ୱେଡିଙ୍ଗରେ ଅତିଥି ହେବା ପାଇଁ ପ୍ରତିଯୋଗିତା

Harper's Bazaar
0 64

ୱିଣ୍ଟର ଅଲମ୍ପିକ, ଚାମ୍ପିଅନ ଲିଗ ବା ସୁପର ବାୱଲ ପ୍ରତିଯୋଗିତା କଥା ଭୁଲିଯାଆନ୍ତୁ, ବ୍ରିଟେନ ରାଜକୁମାର ହ୍ୟାରି ଏବଂ ଆମେରିକୀୟ ଅଭିନେତ୍ରୀ ମେଘାନ ମର୍କଲେଙ୍କ ବିବାହରେ ଅତିଥି ହେବା ଲାଗି ବର୍ତ୍ତମାନ ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବିବାହ ପାଇଁ ରୟାଲ ଟିକେଟ ଖଣ୍ଡେ ପାଇବାକୁ ବର୍ତ୍ତମାନ ସମସ୍ତଙ୍କ ଇଚ୍ଛା । ବ୍ରିଟିଶ ବକ୍ସର ଆନ୍ଥୋନୀ ଜୋସୁଆ ପ୍ରିନ୍ସ ହ୍ୟାରିଙ୍କ ସହ ନିଜର ଫଟୋ ପୋଷ୍ଟ କରି ‘ନିଡ ଏ ବେଷ୍ଟ ମ୍ୟାନ’ ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ଅନେକ ସେଲିବ୍ରିଟି ତଥା ପବ୍ଲିକ ଆଇକନ ହ୍ୟାରି ଏବଂ ମେଘାନଙ୍କ ବିବାହରେ ଯୋଗଦେବାକୁ ଇଚ୍ଛୁକ ଥିବା ସଂକେତ ଦେଇ ସାରିଛନ୍ତି । ତେବେ ରାଜ ପରିବାରର ଅତିଥି ତାଲିକା ଅତ୍ୟନ୍ତ ଗୋପନୀୟ ଏବଂ ଏହାକୁ ପ୍ରକାଶ କରାଯାଇ ନଥାଏ ।

harry

ମେ ୧୯ରେ ବିବାହ କରିବାକୁ ଯାଉଛନ୍ତି ଯୁବରାଜ ହ୍ୟାରି ଏବଂ ଅଭିନେତ୍ରୀ ମେଘାନ । ଏହି ବିବାହକୁ ନେଇ ପ୍ରତିଦିନ କିଛି ନା କିଛି ରୋଚକ ତଥ୍ୟ ପ୍ରକାଶ ପଇବାରେ ଲାଗିଛି । ନିଜର ମ୍ୟାରେଜ ପ୍ଲାନିଂ ସମ୍ପର୍କରେ ଏବେ ସ୍ପଷ୍ଟ କରିଛନ୍ତି ପ୍ରିନ୍ସ ହ୍ୟାରି ଏବଂ ମେଘାନ । ବ୍ରିଟେନ ରାଜକୀୟ ପରମ୍ପରାରେ ବିବାହ ସମ୍ପନ୍ନ ହେବା ପରେ ନବଦମ୍ପତି କ୍ୟାରେଜ୍ ଯାତ୍ରାର ମଜା ନେବେ । କ୍ୟାରେଜ ସବାରି ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କୁ ଅଭିନନ୍ଦନ ଜଣାଇବେ । ବିଶ୍ୱର ଏହି ଭବ୍ୟ ତଥା ବହୁ ପ୍ରତିକ୍ଷିତ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ୱିଣ୍ଡର କାସଲଠାରେ ଥିବା ସେଣ୍ଟ ଜର୍ଜ ଚାପେଲ ଚର୍ଚ୍ଚରେ ଏହି ବିବାହ ଅନଷ୍ଠ୍ିତ ହେବ । ଆର୍କବିଶପ କାଣ୍ଟରବରି ଜଷ୍ଟିନ ୱେଲବି ବିବାହ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇବେ ବୋଲି କିଙ୍ଗସଟନ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣତଃ ରାଜ ପରିବାରରେ ବିବାହ ସରକାରୀ କାର୍ଯ୍ୟ ଦିବସରେ ହୁଏ । କିନ୍ତୁ ପରମ୍ପରା ଭାଙ୍ଗି ହ୍ୟାରି ଏବଂ ମେଘାନ ଶନିବାର ଦିନରେ ବିବାହ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More