Only for Entertainment

ଅଶୋକ ସ୍ତମ୍ଭକୁ ଅବମାନନା କରି ପୁଣି ଥରେ ଅଡୁଆରେ ପଡିଲା ଏହି ଫିଲ୍ମ !

darpanmagazine
0 51

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କର ଫିଲ୍ମ ସତ୍ୟମେବ ଜୟତେ ଲଗାତର ଭାବରେ ବିବାଦ ଘେରରେ ରହୁଥିବା ଦେଖା ଯାଇଛି । ଫିଲ୍ମରେ ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ହାଇଦ୍ରାବାଦରେ ଏକ କେସ ରୁଜୁ ହୋଇଥିଲା । ଏହା ପରେ ଏବେ ଫିଲ୍ମ ଟ୍ରେଲରରେ ଅଶୋକ ସ୍ତମ୍ଭର ବ୍ୟବହାର କରାଯିବା ଅଭିଯୋଗରେ ମୁମ୍ବାଇରେ ଆଉ ଏକ କେସ ରୁଜୁ କରାଯାଇଛି ।

ସୂଚନାନୁଯାୟୀ ମୁମ୍ବାଇର ଓକିଲ ରମାକାନ୍ତ ପାଟିଲ ଫିଲ୍ମ ବିରୁଦ୍ଧରେ ଏହି ଅଭିଯୋଗ ଆଣିଛନ୍ତି । ଏହି ଫିଲ୍ମରେ ଅଶୋକ ସ୍ତମ୍ଭକୁ ବ୍ୟବସାୟିକ ରୂପେ ବ୍ୟବହାର କରାଯିବାର ଅଭିଯୋଗ ହୋଇଛି। ରମାକାନ୍ତ କହିଛନ୍ତି ଯେ, ଅଶୋକ ସ୍ତମ୍ବକୁ କୌଣସି ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ ।

ଏହା ପୁର୍ବରୁ ଜୁଲାଇ ୩୦ରେ ଅଲି ଜାଫରୀ ନାମକ ଜଣେ ହାଇଦ୍ରାବାଦର ବ୍ୟକ୍ତି ମଧ୍ୟ ଫିଲ୍ମ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପୁଲିସ ମୁତାବକ ଫିଲ୍ମରେ ଧର୍ମ ଏବଂ ଧାର୍ମିକ ଭାବନାକୁ ଆଘାତ କଲା ଭଳି ଦୃଶ୍ୟ ରହିଛି ବୋଲି ଜାଫରି ଅଭିଯୋଗ କରିଥିଲେ ।

ପୁଲିସ କହିଛି ଯେ, ଏହି ଅଭିଯୋଗ ଆଧାରରେ ଫିଲ୍ମର ନିର୍ମାତା କମ୍ପାନୀ ଏମି ଏଂଟରଟେନମେଂଟ୍ସ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଆଇପିସି ଧାରା ୨୯୫ ଏବଂ ସିନେମୋଟ୍ରୋଗ୍ରାଫି ଅଧିନିୟମ ସମ୍ବନ୍ଧିତ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି । ତେବେ ଜନ ଆବ୍ରାହମଙ୍କର ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More