Only for Entertainment

ମାରିବାକୁ ଧମକ ଦେଇଥିବା ଅଭିଯୋଗରେ ଆଦିତ୍ୟ ପଂଚୋଲିଙ୍କ ନାମରେ ମାମଲା ରୁଜୁ ।

bollywood tadka
26

ବଲିଉଡ ଆକ୍ଟର ଆଦିତ୍ୟ ପଂଚୋଲି ପୁଣିଥରେ ଏକ ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଆଦିତ୍ୟଙ୍କ ବିରୁଦ୍ଧରେ ମୁମ୍ବାଇର ଜଣେ କାର ମେକାନିକ ବର୍ସୋବା ପୋଲିସ ଥାନାରେ ଏଫଆଇଆର ଦେଇଛନ୍ତି । ମେକାନିକ ଲଗାଇଥିବା ଅଭିଯୋଗରେ ଅନୁସାରେ ଆଦିତ୍ୟ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି । ପୋଲିସର କହିବା ଅନୁସାରେ କାର ମେକାନିକ ଆଦିତ୍ୟଙ୍କ ଖରାପ ହୋଇ ଯାଇଥିବା ଗାଡ଼ିକୁ ଠିକ କରିଥିଲେ ଏବଂ ଟଙ୍କା ମାଗିଥିଲେ, କିନ୍ତୁ ଆଦିତ୍ୟ ଟଙ୍କା ନ ଦେଇ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି ବୋଲି ମାମଲା ରୁଜୁ ହୋଇଛି ।

୨୦୧୭ ମାର୍ଚ୍ଚ ୧୦ରେ ଜଣେ କାର ମେକାନିକ ଆଦିତ୍ୟଙ୍କ କାରକୁ ଠିକ କରି ମୋଡିଫାଇ କରିଥିଲେ । ଯାହାର ସମୂଳ ଖର୍ଚ୍ଚ ଥିଲା ୨ ଲକ୍ଷ ୮୨ ହଜାର । ମେକାନିକ ମୌସିସଙ୍କ କହିବା ଅନୁସାରେ ଆଦିତ୍ୟ କହିଲେ ପ୍ରଥମେ ମୁଁ ଗାଡ଼ି ଚଳାଇ ଦେଖିବି । ଯେତେବେଳେ ଗାଡ଼ିକୁ ଆଦିତ୍ୟଙ୍କ ଘରକୁ ନିଆଗଲା ସେଠାରେ ସେ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଲେ । ଫୋନରେ ଗାଳିଗୁଲଜ ମଧ୍ୟ କରିଥିଲେ । ପୋଲିସର କହିବା ଅନୁସାରେ ସେ ଏହି ବିଷୟରେ ଯାଂଚ କରୁଛନ୍ତି ।

ଆଦିତ୍ୟଙ୍କ କହିବା ଅନୁସାରେ ମେକାନିକ ମିଛ କହୁଛନ୍ତି । ମୁଁ ଦେଇଥିବା ଟଙ୍କାର ବ୍ୟାଙ୍କ ଷ୍ଟେଟମେଂଟ ଅଛି । ମୁଁ ନୁହେଁ ବରଂ ସେ ମେକାନିକ ମୋ ଗାଡ଼ିକୁ ୧ ବର୍ଷ ପର୍ଯ୍ୟନ୍ତ ନ ଦେଇ ରଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More