Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଟ୍ରୋଲ ହେଲା କଂଗ୍ରେସ

zee news
0 101

ଅଭିନେତ୍ରୀ ଶ୍ରୀଦେବୀ ଶନିବାର ବିଳମ୍ବିତ ରାତିରେ ଦୁବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ମିଳିବା ପରେ ବଲିଉଡ ଜଗତଠାରୁ ଆରମ୍ଭ କରି ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଲେକେ ଟୁଇଟ ଜରୀଆରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଥିବା ଦେଖିବାକୁ ମିଳୁଛି । ଶୋକ ପ୍ରକାଶ କରି କଂଗ୍ରେସ ମଧ୍ୟ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଟୁଇଟ କରିଥିଲେ । କିନ୍ତୁ ଯେଉଁ ପ୍ରକାର କଂଗ୍ରେସ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ତାହାକୁ ଦେଖି ଲୋକଙ୍କ ମଧ୍ୟରେ କ୍ରୋଧ ପ୍ରକାଶ ପାଇଛି । ଏହାକୁ ଦେଖି କଂଗ୍ରେକୁ ନିଜ ଟୁଇଟ ଡିଲିଟ କରିବାକୁ ମଧ୍ୟ ପଡିଛି ।

tweet1

କଂଗ୍ରେସ ଟୁଇଟ କରି ଲେଖିଥିଲେ ଯେ, ‘ଶ୍ରୀଦେବୀଙ୍କ ନିଧନ ଖବର ଶୁଣି ଖୁବ ଦୁଃଖ ଲାଗିଲା । ସେ ଜଣେ ଉତ୍ତମ ଅଭିନେତ୍ରୀ ଥିଲେ । ତାଙ୍କର ଅଭିନୟ ପାଇଁ ସେ ସର୍ବଦା ଆମ ହୃଦୟରେ ରହିବେ । ତାଙ୍କ ପ୍ରିୟଜନଙ୍କ ପ୍ରତି ଆମର ଗଭୀର ସମ୍ବେଦନ । ଶ୍ରୀଦେବୀଙ୍କୁ ୟୁପିଏ ସରକାରଙ୍କ ସମୟରେ ୨୦୧୩ରେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।’

tweet

ଏହି ଟୁଇଟ କାରଣରୁ କଂଗ୍ରେସକୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି । ଟୁଇଟରେ ୟୁପିଏ ସରକାର ବିଷୟରେ କହିଥିବାକୁ ଲୋକେ ନିଜର କ୍ରେଧ ପ୍ରକାଶ କରି କହିଛନ୍ତି ଯେ ଏପରି ସ୍ଥିତିରେ ରାଜନୀତିକୁ ସାମ୍ନାକୁ ଆଣିବା ଉଚ୍ତ ନୁହେଁ । କଂଗ୍ରେସ ଭିତରେ ଆତ୍ମସମ୍ମାନ ଆଉ ନାହିଁ କେବଳ ରାଜନୀତି ହିଁ ବଂଚିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More