Only for Entertainment

ମହଙ୍ଗା ପଡିଲା ବଟି ନେବା, ଭିଡିଓ ଭାଇରାଲ ପରେ କନେଷ୍ଟବଳଙ୍କୁ ନିଲମ୍ବନ

0 42

ଆଜିକାଲି ଲାଞ୍ଚ ନ ଦେଲେ କିଛି କାମ ହେଉନି । ଡାକ୍ତରଖାନାରୁ ଆରମ୍ଭ କରି ଥାନା ପର୍ୟ୍ୟନ୍ତ ଯୋଉଠି ଦେଖିବ ସେଠି ଲାଞ୍ଚ । ଡାକ୍ତର ଲାଞ୍ଚ ନ ନେଲେ ଅପରେସନ କରୁ ନ ଥିବା ବେଳେ, ପୋଲିସ କଥା ନ କହିବା ଭଲ। ହେଲେ ଏମିତି ଦୁର୍ନୀତି ଉପରେ ଅଙ୍କୁଶ ଲାଗିପାରୁ ନାହିଁ। ନିକଟରେ ଜଣେ ଗାଡି ଚାଳକଙ୍କ ଠାରୁ ବଟି ନେଉଥିବାବେଳେ କଟକରେ ଧରାପଡିଛି କନେଷ୍ଟବଳ । ବଟି ନେଉଥିବାବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଡିସିପି ଅଖିଳେଶ୍ୱର ସିଂହ ଟ୍ରାଫିକ୍ କନେଷ୍ଟବଳ ବଳରାମ ସେଠୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାୟୀ ଗତ ମଙ୍ଗଳବାର ପ୍ରାୟ ଦୁଇଟା ବେଳେ କଟକ ଟ୍ରାଫିକ୍ ପୁଲିସର କନେଷ୍ଟବଳ ବଳରାମ ସେଠୀ ଶିଖରପୁର ଛକରେ ଡ୍ୟୁଟି କରୁଥିଲେ । ଏହି ସମୟରେ ଜଣେ ଟାଟା ଏସି ଚାଳକ ନିୟମ ଖିଲାପ କରି ଖସିଯାଇଥିଲେ । ଭିତରେ ଡ୍ରାଇଭର ଏବଂ ସହଯୋଗୀ ସିଟ୍ ବେଲଟ୍ ପିନ୍ଧିନଥିବାରୁ ଡ୍ରାଇଭରଙ୍କୁ ୧ ହଜାର ଟଙ୍କା ମାଗିଥିଲେ । ଡ୍ରାଇଭର ଏତେ ଟଙ୍କା ନଥିବା କହି ମୁଲଚାଲ କରିଥିଲେ । ତେବେ ମୁଲଚାଲ ହେବା ପରେ ଡ୍ରାଇଭର କନେଷ୍ଟବଳଙ୍କୁ ୩୦୦ଟଙ୍କା ଦେଇଥିଲେ । ଏସବୁର ଦୃଶ୍ୟ ମୋବାଇଲରେ ରେକର୍ଡିଂ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More