Only for Entertainment

ବିବାଦରେ ଅଭିନେତ୍ରୀ ନନ୍ଦିତା ଦାସ, ପାକିସ୍ତାନ କଳାକାରଙ୍କୁ ସମର୍ଥନ ପଡିଲା ଭାରି

Justdial
0 44

ଓଡିଶାର ଗୌରବ କୁହାଯାଉଥିବା ଅଭିନେତ୍ରୀ ନନ୍ଦିତା ଦାସ ଏବେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପାକିସ୍ତାନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ନିକଟରେ ନନ୍ଦିତା ଦାସ ପାକିସ୍ତାନ ଯାଇଥିଲେ । ଆଉ ସେଠାରେ ସେ ପାକିସ୍ତାନ କଳାକାରଙ୍କୁ ସପୋର୍ଟ କରିବା ପାଇଁ କିଛି ଏଭଳି ବୟାନ ଦେଇଥିଲେ ଯାହା ତାଙ୍କୁ କରିଛି ବିବାଦୀୟ ।

nandita2

ଓଡିଶା ଜନ୍ମିତ ଜାତୀୟ କଳାକାର ନନ୍ଦିତା ଦାସ ନିକଟରେ ପାକିସ୍ତାନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ସମୟରେ ପାକିସ୍ତାନ କଳାକାରଙ୍କୁ ସମର୍ଥନ କରି ନନ୍ଦିତା ଦେଇଥିବା ବୟାନ ତାଙ୍କୁ ଚର୍ଚ୍ଚାର ପରିଶରକୁ ଆଣିଛି । ନନ୍ଦିତା ନିଜ ବୟାନରେ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଯାହାବି ବିବାଦ ରହିଛି, ତାହାକୁ ନେଇ କଳାକାର ମାନେ କଷ୍ଟ ପାଇବା ଆଦୌ ଠିକ ନୁହଁ ।

ନନ୍ଦିତାଙ୍କ ଏହିଭଳି ବୟାନ ତାଙ୍କୁ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରଖିଛି । ଏହାସହ ତାଙ୍କୁ ଅନେକ ସମାଲୋଚନା କରାଯାଉଛି । ତେବେ ନନ୍ଦିତାଙ୍କ ବଳିଷ୍ଟ ଅଭିନୟ ଅନେକ ଜାତୀୟ ଅନ୍ତର୍ଜାତୀୟ ସିନେମାରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More