Only for Entertainment

ଯୁବକଙ୍କ ଫୋନ ଛଡ଼ାଇ ଅସଦାଚରଣ କରିବାରୁ ସଲମାନ ଖାନ୍‌ଙ୍କ ବିରୋଧରେ ମାମଲା ରୁଜୁ

28

ବିବାଦରେ ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ମୁମ୍ବାଇର ଲିଙ୍କ ରୋଡ୍‌ରେ ଜଣେ ଯୁବକଙ୍କୁ ଗାଳି କରିବା ସହ ତାଙ୍କ ଫୋନ ଛଡ଼ାଇ ନେଇଥିବାରୁ ପୀଡ଼ିତ ସଲମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଡିଏନ୍‌ ନଗର ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ବେଳେ ସଲମାନଙ୍କ ସୁରକ୍ଷାକର୍ମୀ ମଧ୍ୟ ଯୁବକଙ୍କ ବିରୋଧରେ ଏତଲା ଦେଇଥିବା ଜଣା ପଡ଼ିଛି । ଯୁବକଜଣଙ୍କ ସଲମାନଙ୍କ ପିଛା କରିବା ସହ ତାଙ୍କ ବିନା ଅନୁମତିରେ ତାଙ୍କର ଭିଡିଓ ନେଉଥିବାର ଅଭିଯୋଗ କରିଛନ୍ତି ସୁରକ୍ଷାକର୍ମୀ । ଅନ୍ୟ ପକ୍ଷରେ, ସୁରକ୍ଷାକର୍ମୀଙ୍କ ଅଭିଯୋଗକୁ ମିଛ ବୋଲି କହି, ମୁଁ ସଲମାନଙ୍କ ସୁରକ୍ଷାକର୍ମୀଙ୍କୁ ପଚାରିବା ପରେ ହିଁ ସଲମାନଙ୍କ ଭିଡିଓ ଉତ୍ତୋଳନ କରିଥିଲି । କିନ୍ତୁ ସଲମାନ କିଛି ନ ବୁଝି ଆସି ମୋ ହାତରୁ ଫୋନ ଛଡ଼ାଇ ନେଇଥିଲେ ଏବଂ ମୋତେ ଗାଳି ଦେଇଥିଲେ ବୋଲି କହିଛନ୍ତି ଯୁବକ ।

ସଲମାନଙ୍କ ପେଶାଦାର ଜୀବନ ବିଷୟରେ କହିବାକୁ ଗଲେ, ସେ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍‌ କରାଯାଇ ସାରିଥିବା ବେଳେ ଜୁନ୍‌ ମାସରେ ଫିଲ୍ମ ରିଲିଜ୍‌ ହେବ । ଏଥିରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି କ୍ୟାଟ୍ରିନା କୈଫ୍‌ ଏବଂ ଦିଶା ପଠାନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More