Only for Entertainment

ଶ୍ରୀସନ୍ଥ ଏବଂ ଦୀପିକାଙ୍କ ସଂପର୍କରେ ସୃଷ୍ଟି ହେଲା ଫାଟ । ଆଶ୍ଚର୍ଯ୍ୟ କରିବା ଭଳି କାରଣ ଜଣାଇଲେ ଶ୍ରୀସନ୍ଥ ।

TellyChakkar
53

ବିଗବସ ୧୨ରେ ଶ୍ରୀସନ୍ଥ ଏବଂ ଦୀପିକା କକ୍କରଙ୍କ ମଧ୍ୟରେ ଏକ ଭଲ ବଣ୍ଡିଂ ନଜର ଆସିଥିଲା । ଦୁଇଜଣ ପ୍ରତି ଥର ପରସ୍ପରକୁ ସମର୍ଥନ କରୁଥିବାର ନଜର ଆସିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଶୋ ଜିତିଥିଲେ ଦୀପିକା କକ୍କର ଇବ୍ରାହିମ । ଯାହାପରେ ସମସ୍ତେ ଭାବିଲେଯେ ଦୁଇଜଣଙ୍କ ମଧ୍ୟରେ ସଂପର୍କ ପୂର୍ବଭଳି ରହିବ ନାହିଁ । କିନ୍ତୁ ସେହିଭଳି କିଛି ହୋଇନଥିଲା । ଉଭୟ ପରସ୍ପରର ଘରକୁ ଯିବା ଆସିବା ମଧ୍ୟ କରିଥିଲେ ଏବଂ ଦୁଇଜଣଙ୍କ ମଧ୍ୟରେ ପୂର୍ବଭଳି ସଂପର୍କ ବଜାୟ ଥିଲା । କିନ୍ତୁ ବର୍ତ୍ତମାନର ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଯାଇପାରେ ଏବଂ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।

ଆଜ୍ଞା ହଁ ଖବର ମୁତାବକ ଶ୍ରୀସନ୍ଥ ଏବଂ ଦୀପିକାଙ୍କ ମଧ୍ୟରେ ଏବେ ପୂର୍ବଭଳି ସଂପର୍କ ନାହିଁ । ଦୁଇଜଣଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି । କାରଣ ହେଉଛି ଦୀପିକା କକ୍କର ଇଂଷ୍ଟାଗ୍ରାମରେ ଶ୍ରୀସନ୍ଥଙ୍କ ପତ୍ନୀ ଭୁବନେଶ୍ୱରୀଙ୍କୁ ଅନଫଲୋ କରି ଦେଇଛନ୍ତି । ଯାହପରେ ଶ୍ରୀସନ୍ଥ ଦୀପିକାଙ୍କୁ ଅନଫଲୋ କରି ଦେଇଛନ୍ତି ।

ଶ୍ରୀସନ୍ଥଙ୍କ କହିବା ଅନୁସାରେ ସେ ତାଙ୍କ ପତ୍ନୀକୁ ଖୁବ ସମ୍ମାନ ଦିଅନ୍ତି । ସେ ତାଙ୍କ ଶକ୍ତି ଏବଂ ପ୍ରତ୍ୟେକଟି ସମୟରେ ତାଙ୍କୁ ସମର୍ଥନ କରିଛନ୍ତି । ତାଙ୍କ ସମ୍ମାନ ମୋ ପାଇଁ ଖୁବ ବଡ଼ ବୋଲି କହିଛନ୍ତି ଶ୍ରୀସନ୍ଥ । ଏହା ସହିତ ଶ୍ରୀ କହିଛନ୍ତିଯେ ଦୀପିକାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ମୋ ପତ୍ନୀ ଏବଂ ପିଲାଙ୍କୁ ନେଇ ଅପଶବ୍ଦ ଲେଖୁଛନ୍ତି, ଯାହା ଦୀପିକା ସେମାନଙ୍କୁ ମନା କରିବା ଉଚିତ । କିନ୍ତୁ ତାଙ୍କ ତରଫରୁ ସେଭଳି କୌଣସି ପ୍ରତିକ୍ରିୟା ନାହିଁ । କିନ୍ତୁ ମୁଁ ମୋ ଫ୍ୟାନକ୍ଲବକୁ ସବୁବେଳେ ମନା କରେ ଦୀପିକାଙ୍କ ବିଷୟରେ ସେଭଳି କିଛି ଲେଖିବାକୁ । ତେବେ ଶେଷରେ ସେ ଏହା କହିଛନ୍ତି ଦୀପିକା ସବୁବେଳେ ମୋ ଭଉଣୀ ହୋଇ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More