Only for Entertainment

ଷ୍ଟାଇଲିସ ଦାଢିକୁ ବ୍ୟାନ କରିବା ପାଇଁ ଦାବି କରିଛି ପାକିସ୍ତାନ,ଜାଣନ୍ତୁ କ’ଣ ରହିଛି କାରଣ ।

rtbf
0 46

ଆଜିକାଲି ସମସ୍ତେ ଷ୍ଟାଇଲିସ ଦେଖାଯିବାକୁ ଚାହୁଁଛନ୍ତି । ସେଥିପାଇଁ ବିଭିନ୍ନ ପ୍ରକାର ଉପାୟ ମଧ୍ୟ କରୁଛନ୍ତି । ଭାରତରେ ଷ୍ଟାଇଲିସ ଦେଖାଯବା ପାଇଁ ଦାଢିକୁ ବ୍ୟବହାର କରାଯାଉଛି । ଅନ୍ୟ ପକ୍ଷରେ ପାକିସ୍ତାନରେ ଦାଢିକୁ ବ୍ୟାନ କରିବା ପାଇଁ ଦାବି କରାଯାଉଛି । ପାକିସ୍ତାନର ପଂଜାବ ପ୍ରାନ୍ତର ଡେରା ଗାଜି ଖାନ ଜିଲ୍ଲାର କାଉନସିଲ ପ୍ରସ୍ତାବ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଦାଢିରେ କରାଯାଉଥିବା ନୂଆ ନୂଆ ଷ୍ଟାଇଲ ଇସଲାମର ଶିକ୍ଷାର ବିରୁଦ୍ଧ ଅଟେ ଏବଂ ଆଇନ ବିରୋଧି ।

ଏହା ବ୍ୟତୀତ କୁହାଯାଇଛିଯେ ଯେଉଁମାନେ ଦାଢିକୁ ନେଇ ମଜାକ ଉଡ଼ାଇବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏହି ପ୍ରସ୍ତାବକୁ ରଖିଥିବା ଆସିଫ ଖୋସାଙ୍କ କହିବା ଅନୁସାରେ ଇସଲାମ ଶିକ୍ଷା ବିଷୟରେ ଯୁବ ମାନଙ୍କୁ ଜାଗରଣ କରିବା ନିହାତି ଆବଶ୍ୟକ । ଫ୍ରେଂଚ ଓ ଅନ୍ୟ ଷ୍ଟାଇଲର ଦାଢିକୁ ଇସଲାମ ଶିକ୍ଷା ଅନୁମତି ଦେବନାହିଁ । ଏହି ପ୍ରସ୍ତାବକୁ ବହୁ ମତ ସହିତ ପାସ କରାଯାଇଛି ।
କେବଳ ସେତିକି ନୁହେଁ ବରଂ ମେଡିକଲ କଲେଜରେ ଆଦିବାସୀ ଛାତ୍ରଙ୍କ ପାଇଁ ୧୦ ପ୍ରତିଶତ କୋଟା ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଯାହା ଦ୍ୱାରା ମେଡିକଲ କଲେଜରେ ଆଡମିଶନ ପାଇଁ ସେମାନଙ୍କୁ ମୌକା ମିଳି ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More