Only for Entertainment

ଆଗାମୀ ଫିଲ୍ମ କୁଲି ନମ୍ବର ୧’ର ସୁଟିଂ ଆରମ୍ଭ କଲେ ବରୁଣ, ଶେୟାର କଲେ ଭିଡିଓ !

56

ନିଜ ଆଗାମୀ ଫିଲ୍ମ ‘କୁଲି ନମ୍ବର୍ – ୱାନ୍’ର ସୁଟିଂ ଆରମ୍ଭ କରିଦେଇଛନ୍ତି ଅଭିନେତା ବରୁଣ ଧୱନ । ଚାଇନାରେ ଏହି ସିନେମାର ସୁଟିଂ ଆରମ୍ଭ ହେବା ନେଇ ଏକ ଭିଡିଓ ସେୟାର୍ କରି ଫ୍ୟାନ୍ ମାନଙ୍କୁ ଜଣାଇଛନ୍ତି ବରୁଣ । ସମୁଦ୍ରମଧ୍ୟରେ ବୋଟରେ ଯାଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଏହି ଭିଡିଓ ଶେୟାର କରି ସେ ତାଙ୍କ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଏବଂ ଏହାସହ ବାପାଙ୍କୁ ନମ୍ବର ୧ ନିର୍ଦ୍ଦେଶକ ବୋଲି ଲେଖିଥିଲେ । ଏହାସହ ବରୁଣ ନିଜ ଚରିତ୍ର କୁୱଁର୍ ମହେନ୍ଦ୍ର ପ୍ରତାପ ବିଷୟରେ ଜଣାଇଛନ୍ତି । ସିନେମାଟି ଡେବିଡ୍ ଧୱନଙ୍କ ଫିଲ୍ମ ‘କୁଲି ନମ୍ବର୍ – ୱାନ୍’ର ରିମେକ୍ । ଏଥିରେ ବରୁଣ ଧୱନଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିବ ।

 

View this post on Instagram

 

KUWAR MAHENDRA PRATAP. In the middle of the ocean nearly fell off ? ?‍♂️ #coolieno1

A post shared by Varun Dhawan (@varundvn) on


ବରୁଣ ଏବଂ ସାରାଙ୍କ ବ୍ୟତୀତ ଏହି ଫିଲ୍ମରେ ପରେଶ ରାୱଲ, ରାଜପାଲ ଯାଦବ, ଜନି ଲିବର ଏବଂ ଜାବେଦ ଜାଫ୍ରିଙ୍କ ଭଳି ଷ୍ଟାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ସୂତ୍ରରୁ ପ୍ରକାଶ ଯେ ଫିଲ୍ମ ୨୦୨୦, ମେ’ ମାସ ପ୍ରଥମ ସପ୍ତାହରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More