Only for Entertainment

ଧନିଆ ପତ୍ରର ଏହି ଉପକାରୀ ଗୁଣ ବିଷୟରେ ଆପଣ ଖୁବ କମ ଜାଣିଥିବେ ।

24

ଧନିଆପତ୍ରକୁ ଆପଣ ଖାଦ୍ୟର ସ୍ୱାଦ ବଢାଇବାକୁ ବ୍ୟବହାର କରନ୍ତି । କିନ୍ତୁ ଏହା ଯେ କେବଳ ଖାଦ୍ୟର ସ୍ୱାଦବର୍ଦ୍ଧକ ଭାବରେ କାମ କରିନଥାଏ ବରଂ ମୁହଁର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ କାମ କରେ । ଧନିଆ ପତ୍ର ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ଏହା ମୁହଁର ଦାଗ ଦୂର କରିବା ସହ ଏହାକୁ ଉଜ୍ଜ୍ୱଳ ରଖିଥାଏ।

ଅଧା ଚାମଚ ଧିନିଆ ପେଷ୍ଟ୍‌ରେ ଏଲୋବେରା ଜେଲ୍ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର ଲୋଚାପଣ ଦୂର ହେବ ଏବଂ ବୟସ ପୂର୍ବରୁ ଆପଣଙ୍କ ମୁହଁ ବୟସ୍କ ପରି ଦେଖାଯିବ ନାହିଁ।

ଧନିଆ ପେଷ୍ଟ୍‌ରେ ଅଳ୍ପ କିଛି ବୁନ୍ଦା ଲେମ୍ୱୁ ରସ ମିଶାଇ, ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଲଗାଇବାର ୧୫ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁରେ ବ୍ରଣ ହୋଇ ନଥାଏ।

ଧନିଆ ପେଷ୍ଟ୍‌ରେ ଲେମ୍ୱୁ ରସ ସହ ମହୁ ମିଶାଇ ଲଗାଇଲେ, ମୁହଁ ଉଜ୍ଜଳ ଦେଖାଯାଇଥାଏ। ଏହି ପେଷ୍ଟ୍‌କୁ ଲଗାଇବାର ୧୫ରୁ ୨୦ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ।

କିଛି ଧନିଆ ପତ୍ର ଆଇସ୍‌ କ୍ୟୁବ୍‌ରେ ରଖନ୍ତୁ। ଏହାପରେ ଏହି କ୍ୟୁବ୍‌କୁ ହାଲ୍‌କା ଭାବେ ମୁହଁରେ ମସାଜ୍‌ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More