Only for Entertainment

ଶୀତଦିନେ ପ୍ରଚୁର ମିଳୁଥିବା ଧନିଆପତ୍ରକୁ କେବଳ ଖାଦ୍ୟରେ ନୁହେଁ ବରଂ ମୁହଁ ପାଇଁ ମଧ୍ୟ ବ୍ୟବହାର କରନ୍ତୁ, ଦେଖନ୍ତୁ କିଭଳି ମିଳୁଛି ଫାଇଦା

23

ଧନିଆ ପତ୍ର ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ।  ଧନିଆ ପତ୍ରର ଏକ ସ୍ୱତନ୍ତ୍ର ଗୁଣ ହେଉଛି, ଏହା ମୁହଁକୁ ସତେଜ ରଖିବା ସହ ଏହାକୁ ବ୍ରଣ ଓ ବୟସଜନିତ ପ୍ରଭାବରୁ ମଧ୍ୟ ସୁରକ୍ଷା ଦିଏ।

ଅଧା ଚାମଚ ଧିନିଆ ପେଷ୍ଟ୍‌ରେ ଅଲବିରା ଜେଲ୍ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର ଲୋଚାପଣ ଦୂର ହେବ ଏବଂ ବୟସ ପୂର୍ବରୁ ଆପଣଙ୍କ ମୁହଁ ବୟସ୍କ ପରି ଦେଖାଯିବ ନାହିଁ।

ଧନିଆ ପେଷ୍ଟ୍‌ରେ ଅଳ୍ପ କିଛି ବୁନ୍ଦା ଲେମ୍ୱୁ ରସ ମିଶାଇ, ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଲଗାଇବାର ୧୫ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁରେ ବ୍ରଣ ହୋଇ ନଥାଏ।

ଧନିଆ ପେଷ୍ଟ୍‌ରେ ଲେମ୍ୱୁ ରସ ସହ ମହୁ ମିଶାଇ ଲଗାଇଲେ, ମୁହଁ ଉଜ୍ଜଳ ଦେଖାଯାଇଥାଏ। ଏହି ପେଷ୍ଟ୍‌କୁ ଲଗାଇବାର ୧୫ରୁ ୨୦ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ।

ଦିନସାରା କାମ କରିବା ପରେ ଶରୀରରେ ଥକ୍କାପଣର ପ୍ରଭାବ ଯୋଗୁ ମୁହଁର ଉଜ୍ଜ୍ୱଳତା କମି ଯାଇଥାଏ। ପୁଣିଥରେ ମୁହଁ ସତେଜ ରହିବା ଚାହୁଁଥିଲେ, କିଛି ଧନିଆ ପତ୍ର ଆଇସ୍‌ କ୍ୟୁବ୍‌ରେ ରଖନ୍ତୁ। ଏହାପରେ ଏହି କ୍ୟୁବ୍‌କୁ ହାଲ୍‌କା ଭାବେ ମୁହଁରେ ମସାଜ୍‌ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More