Only for Entertainment

ପ୍ରତିବର୍ଷ ୩୦୦ ପ୍ରତିଶତ ବଢୁଛି ହୃଦରୋଗ, ଆପଣଙ୍କ ଲାଇଫଷ୍ଟାଇଲର ଏହି ଜିନିଷ ହେଉଛି ଦାୟୀ ।

ndtv
43

ଦିନକୁ ଦିନ ଭାରତରେ ହୃଦରୋଗୀଙ୍କ ସମସ୍ୟା ବଢିବାରେ ଲାଗିଛି । ଭାରତରେ ଏହା ୩୦୦ ପ୍ରତିଶତ ଅଧିକ ବଢିଥିବା ନଜର ଆସିଛି । ଏହି ମଧ୍ୟରେ ୨ରୁ ୬ ପ୍ରତିଶତ ଲୋକ ଗାଁ’ର ଏବଂ ସହରର ୪ରୁ ୧୨ ପ୍ରତିଶତ । କେତେକ ଜିନିଷ ବ୍ୟତୀତ ଏହା ସହିତ ଜଡ଼ିତ ଜୀବନଶୈଳୀର କାରକ ଯେପରି ଅତ୍ୟଧିକ ମଦ୍ୟପନ ମଧ୍ୟ ଦାୟୀ । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ରକ୍ତ ଧମନୀରେ ଏକ ପ୍ରକାରର ବାଧା ଉତ୍ପନ୍ନ ହୋଇଥାଏ । ଯାହାକୁ ଏଥରୋସ୍କ୍ରେୋସିସ କୁହାଯାଏ । ଏହା ଦ୍ୱାରା ରକ୍ତଧମନୀ ସାମାନ୍ୟ ଏବଂ କେବେ କେବେ ପୂରା ବ୍ଲକ ହୋଇଯାଏ । ଯାହା ଫଳରେ ରକ୍ତପ୍ରବାହ ଉପରେ ପ୍ରଭାବ ପଡ଼ିଥାଏ । ଅନିୟମିତ କ୍ୟାଡ ପାଇଁ ହୃଦରୋଗ ସମସ୍ୟା ବଢିଯାଏ ।

ନୂଆ ଦିଲ୍ଲୀର ପଟପଡ଼ଗଂଜ ସ୍ଥିତ ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲରେ କାର୍ଡ଼ିୟାକ କ୍ୟାଥ ଲ୍ୟାବର ଏସୋସିଏସନ ନିର୍ଦ୍ଦେଶକ ଏବଂ ମୁଖ୍ୟ ଡାକ୍ତର ମନୋଜ କୁମାରଙ୍କ କହିବା ଅନୁସାରେ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ହୃଦରୋଗ ହେବାର ସମ୍ଭାବନା ବଢିଥାଏ । ମଦ୍ୟପାନ ଦ୍ୱାରା ହୃତପିଣ୍ଡ ମାଂସପେଶୀ ଦୁର୍ବଳ କ୍ଷତିଗ୍ରସ୍ତ ହୋଇଯାଏ । ଏହା ସହିତ ହୃତପିଣ୍ଡର ଅନିୟମିତ ସଂଚାଳନ ପାଇଁ ଏହା ଦାୟୀ । ଏହା ଏରିଦମିୟା ନାମରେ ଜଣାଶୁଣା । ଏହି କାରଣରୁ ଲୋକଙ୍କ ଓଜନ ବୃଦ୍ଧି, ହାଇ ଟ୍ରାଇଗ୍ଳିସେରାଇଡସ, ରକ୍ତଚାପ ସମସ୍ୟା ଦେଖାଦିଏ । ତେଣୁ ସବୁଠାରୁ ଖାସ କଥା ହେଉଛି ଅତ୍ୟଧିକ ମଦ୍ୟପାନ ଠଶରୁ ନିଜକୁ ଦୂରେଇ ରଖିôବା ଉଚିତ । ସପ୍ତାହକୁ ଥରେ କିମ୍ବା ଦୁଇ ଥର ଆଦୌ ମଦ୍ୟପାନ କରନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More