Only for Entertainment

ଶାଢୀ ପିନ୍ଧିବା ସମୟରେ କରନ୍ତୁ ନାହିଁ ଏହି ଭୁଲ

you tube
64

ଏପରି କେହି ନାରୀ ନାହାଁନ୍ତ ଯାହାଙ୍କୁ ଶାଢୀ ପିନ୍ଧିବାକୁ ଭଲ ନ ଲାଗେ । ଶାଢୀ ଏପରି ଏକ ପରିଧାନ ଯାହା ଆଜି ଷ୍ଟାଇଲ ଷ୍ଟେଟମେଣ୍ଟ୍‍ ହୋଇ ସାରିଲାଣି । ବଲିଉଡ୍ ହେଉ ବା ଟଲିଉଡ ହେଉ ନାମୀ ଦାମୀ ଅଭିନେତ୍ରୀମାନେ ପ୍ରାୟ ବହୁ ସମୟରେ ଶାଢୀ ପନ୍ଧିଥାନ୍ତି । ଯଦି ଆପଣ ବି ଶାଢି ପିନ୍ଧିବାକୁ ପସନ୍ଦ କରନ୍ତି ତେବେ ନିଶ୍ଚିତଭାବେ ଏହା ଉପରେ ଧ୍ୟାନ ଦିଅନ୍ତୁ ।

ଶାଢି ପିନ୍ଧିବାର ଉପାୟ-
ଅନେକ ମହିଳା ଅଧିକ ଉଚ୍ଚା କିମ୍ବା ଅଧିକ ତଳକୁ ଶାଢି ପିନ୍ଧିଥାନ୍ତି । ଏପରି କରିବା ଦ୍ୱାରା ଅପାଣଙ୍କ ଲେଗ୍ ଲେନ୍ଥ (ଗୋଡ ଲମ୍ବା) ଉପରେ ପ୍ରଭାବ ପଡିଥାଏ । ଶାଢି ପିନ୍ଧିବାର ସଠିକ୍ ଉପାୟଟି ହେଉଛି କି, ଏହାକୁ ଆପଣ ନାଭିରୁ ଟିକେ ତଳକୁ ପିନ୍ଧନ୍ତୁ ଓ ଏହାର ପଣତକୁ ଏହା ମଝିରେ ଗୁଡାଇ କାନ୍ଧରେ ରଖନ୍ତୁ ।

ଶାଢି ସହିତ ମ୍ୟାଚିଂ ବ୍ଲାଉଜ ଓ ସାୟା-

ଆପଣଙ୍କ ଶାଢି ଯେତେ ସୁନ୍ଦର ହୋଇଥିଲେ ବି ଯଦି ଆପଣ ଠିକ୍ ବ୍ଲାଉଜ ପିନ୍ଧି ନଥାନ୍ତି ତେବେ ଆପଣଙ୍କ ସବୁ ପରିଶ୍ରମ ବେକାର ହୋଇଯିବ । ଅଧିକ ଢିଲା କିମ୍ବା ଅଧିକ ଟାଇଟ୍ ବ୍ଲାଉଜ ପିନ୍ଧିବା ଯୋଗୁ ଆପଣ ନିଜକୁ ଅସହଜ ଅନୁଭବ କରନ୍ତି । ସେଥିପାଇଁ ଆପଣ ବାରମ୍ବାର ଏପଟ ସେପଟ ଦେଖି ଚେକ୍ କରିଥାନ୍ତି । ଏହା ଦ୍ୱାରା ଆପଣଙ୍କ ମନ ଅସ୍ଥିର ରହିଥାଏ । ଶାଢି ସହିତ ସଠିକ୍ ବ୍ଲାଉଜ ଓ ସାୟା ମଧ୍ୟ ଚୟନ କରିବା ନିହାତି ଆବଶ୍ୟକ । ସାୟା ଅଧିକ ଲମ୍ବା କିମ୍ବା ଅଧିକ ଛୋଟ ହୋଇ ନଥିବା ଦରକାର । ଏହା ଅଧିକ ଲମ୍ବା ହୋଇଥିଲେ ଶାଢିର ବାହାରକୁ ଦେଖାଯିବ । ଯଦି ଏହା ଛୋଟ ହୋଇଥାଏ ତେବେ ଶାଢିର କୁଞ୍ଚ ଠିକରେ ରହିବ ନାହିଁ । ଯଦି ଶାଢି ନେଟ କିମ୍ବା ଟ୍ରାନ୍ସପେରଣ୍ଟର ହୋଇଥାଏ ତେବେ ସାୟା ପନ୍ଧିବା ଉପରେ ଠିକରେ ଧ୍ୟାନ ଦେବା ଦରକାର । ଶାଢି ସହିତ ମ୍ୟାଚିଂ କଲର ସାୟା ପିନ୍ଧିବା ଦରକାର ।

ଶାଢିରେ ସଠିକ୍‍ କୁଞ୍ଚ କରିବା-

ଶାଢିରେ ସଠିକ୍ ପ୍ଲିଟ୍ ଖୁବ୍ ସୁନ୍ଦର ଲାଗିଥାଏ । କିନ୍ତୁ ଅଧିକ ପ୍ଲିଟ ଶାଢି ପନ୍ଧାକୁ ଖରପ ମଧ୍ୟ କରିପାରେ । ଅନେକ ମହିଳା ଶାଢିରେ ଅଧିକ ପ୍ଲିଟ କରିଥାନ୍ତି । ଏହା ଠିକ୍ ନୁହେଁ । ଗୋଟିଏ ଶାଢିରେ ୬ରୁ ୭ଟି ପ୍ଲିଟ ରହିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More