Only for Entertainment

ବୁଲୁଥିବା ସମୟରେ କପଲ କିଣିଲେ ସେକେଣ୍ଡ ହାଣ୍ଡ ବୋର୍ଡ଼ ଗେମ,ଖୋଲି ଦେଖିବା ପରେ ଉଡ଼ିଗଲା ହୋସ ।

punjab kesari
27

ଭାଗ୍ୟ କେତେବେଳେ କେଉଁଠି ବଦଳିଯିବ ତାହା କେହି କହିପାରିବେ ନାହିଁ । ସେହିଭଳି କିଛି ଘଟିଛି ଅଷ୍ଟ୍ରେଲିଆର ଏକ କପଲ ସହିତ । ଏକ ଯୋଡ଼ି ନିକଟ କିଛି ଦିନ ପୂର୍ବରୁ ୧୪୬ ଟଙ୍କାରେ ଏକ ବୋର୍ଡ଼ ଗେମ କିଣିଲେ । କିନ୍ତୁ ତାହାକୁ ଖୋଲିବା ପରେ ସେଥିରୁ ମିଳିଲା ୧୩ ଲକ୍ଷ ଟଙ୍କାର ହୀରା ମୁଦି ।

୨୭ ବର୍ଷର କ୍ରିସ ଲାଇଟଫୁଟ ଏବଂ ତାଙ୍କ ପତ୍ନୀ ମ୍ୟାଣ୍ଡି ଫ୍ଲାକଙ୍କ ସହିତ ଏଭଳି ହୋଇଛି । ଦୁଇଜଣ ସିଡନୀରୁ ଟରେଂଟୋ ଆସିଛନ୍ତି । ଦୁଇ ଜଣଙ୍କ କାହାଣୀ ଭାଇରାଲ ହେବା ମାତ୍ରେ ହୀରାର ମାଲିକ ତାଙ୍କୁ କଂଟାକ୍ଟ କଲା । ଦୁଇ ଜଣ ଏବେ ହୀରାକୁ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ଆଇଲ୍ୟାଣ୍ଡରେ ବୁଲୁଥିବା ସମୟରେ ସେମାନେ ଏହାକୁ ପାଇଥିଲେ । ତେବେ ବୋର୍ଡ଼ରେ ୬ଟି ମୁଦି ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More