Only for Entertainment

ଚଳନ୍ତା ଟ୍ରେନରେ ବିବାହ କଲେ ଏହି ଯୋଡ଼ି । ଫଟୋ ହେଲା ଭାଇରାଲ ।

punjab kesari
0 40

ସମସ୍ତେ ନିଜ ବିବାହକୁ ଖୁବ ଧୁମଧାମରେ ଏବଂ ଭିନ୍ନ ଭାବରେ କରିବାକୁ ଚାହାଁନ୍ତି । ସେହିଭଳି ଉତ୍ତରପ୍ରଦେଶର ଏକ ଯୋଡ଼ିଙ୍କର ସ୍ୱପ୍ନ ମଧ୍ୟ ସାକାର ହୋଇଛନ୍ତି । ତାହା କିନ୍ତୁ ଭିନ୍ନ ରୂପରେ । ଏହି ଯୋଡ଼ି ଫୁଲରେ ସଜା ହୋଇଥିବା ଏକ ଟ୍ରେନରେ ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହକୁ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ବିଧିବଦ୍ଧ ଭାବରେ କରିଛନ୍ତି ।

ଆର୍ଟ ଅଫ ଲିଭିଙ୍ଗର ସଂସ୍ଥାପକ ରବିଶଙ୍କରଙ୍କ ସଂସ୍ଥା ତରଫରୁ ଜାରି କରାଯାିଥିବା ଏକ ଭିଡିଓ ବାର୍ତ୍ତାରେ କୁହାଯାଇଛିଯେ ଫାର୍ମାସିଷ୍ଟ ସଚିନ କୁମାର ଏବଂ କର ବିଭାଗର କର୍ମଚାରୀ ଜ୍ୟୋତ୍ସା ସିଂ ପଟେଲ ଗତ କାଳି ଉତ୍ତରତ୍ତରତ୍ତପ୍ରଦେଶର ଗୋରଖପୁର ଏବଂ ଲଖ୍ନୌର ଆଖପାଖରେ ପରିଣୟ ସୂତ୍ରରେ ବାନ୍ଧି ହେଲେ । ତେବେ ଏଥିରେ ଲେଖା ଯାଇଥିଲାଯେ ବିବାହର ଏହା ହେଉଛି ସବୁଠାରୁ ସହଜ ଉପାୟ । ତେବେ ସେ ସନ୍ଦେଶ ଦେଇଛନ୍ତିଯେ ବିିବାହ ଅତି ସାଧାରଣ ଉପାୟରେ ହେବା ଉଚିତ ଏବଂ ଏଥିପାଇଁ ଲୋକଙ୍କୁ ଧାର ନେବା କିମ୍ବା ଲୋନ କରିବା ଆବଶ୍ୟକ ନାହିଁ ।

ରବୀଶଙ୍କରଙ୍କ ଜଣେ ଶିଷ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ କରି ଲେଖିଛନ୍ତିଯେ ଭାରତ ଇତିହାସରେ ଏହା ପ୍ରଥମ । ତେବେ ଦୁଇ ଜଣଙ୍କର ବିବାହର ଫଟୋ ମଧ୍ୟ ପୋଷ୍ଟ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More