Only for Entertainment

ସିଂହକୁ ମାରି ଖୁସିରେ କିସ କରିବାକୁ ଲାଗିଲେ କପଲ, ୟୁଜର୍ସ ରାଗି ଦେଲେ ଏଭଳି ପ୍ରତିକ୍ରିୟା !

84

ସୋସିଆଲ ମିଡିଆରେ ଏକ ହୃଦୟଥରା ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି । ଜଣେ କପଲଙ୍କୁ ଏହି ଫଟୋ କିସ କରୁଥିବାର ଦେଖିବାକୁ ମିଳିଛି । ଯାହା ଭାଇରାଲ ହେଉଛି । ତାଙ୍କ ପାଖରେ ଏକ ଶିକାର କରାଯାଇଥିବା ସିଂହ ମରି ପଡିଛି । ଏକ ରିପୋର୍ଟ ମୁତାବକ , କାନାଡାର ଟ୍ରଫି ହଂଟିଙ୍ଗ କପଲ ଡେରନ ଏବଂ କେରୋଲିନ କାର୍ଟର ଦକ୍ଷିଣ ଆଫ୍ରିକାର ଲେଗେଲେଲା ସଫାରୀ ଟୁରରେ ଯାଇଥିଲେ । ଫଟୋ ଟି ଏହି ସ୍ଥାନର ଅଟେ ।

ଏହି ଫଟୋକୁ ଲେଗେଲେଲା ସଫାରୀ ଫେସବୁକରେ ଶେୟାର କରିଛନ୍ତି । କିନ୍ତୁ ଏହି ଫଟୋର ବିରୋଧ ହେବାକୁ ଫଟୋଟିକୁ ହଟାଇ ଦିଆଯାଇଛି । ୟାହୁ ନ୍ୟୁଜ ଖବର ମୁତାବକ, ଫଟୋକୁ ପୋଷ୍ଟ କରି କ୍ୟାପଶନ ଲେଖିଛନ୍ତି – ‘ଗରମରେ ଶାନଦାର କାମ, ଖୁବ ଭଲ, ଗୋଟେ ରାକ୍ଷସ ରୂପରେ ସିଂହ ।’

ସୋସିଆଲ ମିଡିଆରେ ଏକ ଫଟୋରେ ଖୁବ ଆଲୋଚନା ହୋଇଛି । ଲୋକମାନେ ଟ୍ରଫି ହଂଟିଙ୍ଗକୁ ବ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି । ୟୁଜର୍ସ ଏହି କପଲଙ୍କୁ କଡା ଦଣ୍ଡ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏକ ଖବର ମୁତାବକ ଡେରନ କାର୍ଟରଙ୍କୁ ଯେତେବେଳେ ଏ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା ସେ କହିଛନ୍ତି ଯେ ସେ ଏହା ଉପରେ କୌରସି କମେଂଟ ଦେବା ପାଇଁ ଚାହୁଁନାହାନ୍ତି, କାରଣ ଏହା ଖୁବ ରାଜନୀତି ଅଟେ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଲେଗେଲେଲା ସଫାରୀ ଟୁର ଜରିଆରେ ପର୍ଯ୍ୟଟକ ଶିକାର କରି ପାରିବେ । ଜିରାଫ ଶିକାର କରିବା ପାଇଁ ୨ଲକ୍ଷ ଟଙ୍କା ନିଆଯାଏ ଏବଂ ସେହିଭଳି ଅନ୍ୟ ଅନ୍ୟ ଜୀବଙ୍କ ପାଇଁ ଭିନ୍ନ ଭିନ୍ନ ଦାମ୍ । ଏଭଳି ଶୁଣିବାକୁ ମିଳିଛି ଯେ ସିଂହର ଶିକାର କରାଯିବା ପାଇଁ ତାକୁ ବନ୍ଦ କରି ରଖାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More