Only for Entertainment

Google translate ବନାଇଲା ଯୋଡି , ଇଟାଲୀର ଯୁବକଙ୍କୁ ୟୁକେ ଯୁବତୀଙ୍କ ସହିତ ଏପରି ହେଲା ପ୍ରେମ ।

ndtv
114

କୁହାଯାଏ ଯୋଡି ଉପରବାଲା ବନାଇ ଥାଏ । କେବଳ କାହା ମାଧ୍ୟମରେ ଭଗବାନ ଦୁଇ ମନକୁ ମିଳାଇଥାନ୍ତି । ଆମେ ଏ ପରନି ଏକ ପ୍ରେମ କାହାଣୀ ବିଷୟରେ କହିବା ପାଇଁ ଯାଉଛୁ ଯେଉଁଠି ଗୁଗୁଲ ଟ୍ରାନ୍ସଲେଟର ଦୁଇ ପ୍ରେମୀଙ୍କୁ ମିଶାଇଛି । ଆଶ୍ଚର୍ଯ୍ୟ ହୋଇଗଲେ କି ? କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ ।

କାହାଣୀଟି ହେଉଛି କ୍ଲୋଇ ସ୍ମିଥ ୟୁକେରେ ରୁହନ୍ତି ଏବଂ ତାଙ୍କ ବୟଫ୍ରେଣ୍ଡ ଡେନିଏଲ ମରିସ୍କୋ ଇଟାଲୀରେ ରୁହନ୍ତି । ଦୁହିଁଙ୍କର ପ୍ରଥମ ଦେଖା ଇବୀସାର ନାଇଟ କ୍ଲବରେ ହୋଇଥିଲା । ଦୁହେଁ ପ୍ରଥମ ଦେଖାରେ ହିଁ ପରସ୍ପରକୁ ମନ ଦେଇ ବସିଥିଲେ । କିନ୍ତୁ ଦୁହିଁଙ୍କ ମଧ୍ୟରେ ଭାଷା ବାଧା ସୃଷ୍ଟି କରିଥିଲା । ଯୁବତୀଙ୍କୁ ଇଂଗ୍ରାଜୀ ଆସୁଥିବା ବେଳେ ଯୁବକଙ୍କୁ ଇଟାଲୀୟନ ଭାଷା ଆସୁଥିଲା । ଦୁହେଁ ପରସ୍ପରର ଭାଷା ବୁଝିପାରୁନଥିଲେ ବି ୨ ବର୍ଷ ପରେ ଏ ହି ଯୋଡି ଏବେ ବି ଏକାଠୀ ଅଛନ୍ତି । ଗୁଗୁଲ ଟ୍ରାନ୍ସଲେଟ ଜରିଆରେ ଦୁହେଁ କଥାବର୍ତ୍ତା ହେଉଥିଲେ ଏବଂ ଧୀରେ ଧୀରେ ଦୁହିଁଙ୍କ ପ୍ରେମ ବଢିବାକୁ ଲାଗିଲା । ଦୁହେଁ ଏବେ ଏକାଠି ଲଣ୍ଡନରେ ରହୁଛନ୍ତି ଏବଂ ପରସ୍ପରର ଭାଷା ଶିଖୁଛନ୍ତି ।

chloe-smith-daniele-marisco

କ୍ଲୋଇ କହିଛନ୍ତି ଯେ, ଡାନିଏଲ ସମସ୍ତଙ୍କ ଠାରୁ କିଛି ଖାସ । ଏହା ସତ ଆମେ ଦୁହେଁ ପରସ୍ପରର ଭାଷା ଜାଣିନାହୁଁ କିନ୍ତୁ ଏହା କିଛି ଫରକ ପକାଏ ନାହିଁ । ଏହା ସହିତ ସେ କହିଥିଲେ ଏହା ମୋ ଜୀବନର ସବୁଠାରୁ ଭଲ ନିଷ୍ପତ୍ତି । କ୍ଲୋଇ କହିଥିଲେ ସେ ପ୍ରଥମେ ଡାନିଏଲଙ୍କୁ ପ୍ରପୋଜ କରିଥିଲେ । ଏବଂ ସେ ଡାରନିଏଲଙ୍କ ଘରକୁ ମଧ୍ୟ ଯାଇଛନ୍ତି ।

କ୍ଲୋଇ ଏହା ମଧ୍ୟ କହିଛନ୍ତି ଯେ , ଆମେ ଏକା ସହିତ ଅଧିକରୁ ଅଧିକ ସମସ୍ତ ବିତାଉଛୁ । ଏବଂ ଏବେ ଗୁଗୁଲ ଟ୍ରାନ୍ସଲେଟର ବ୍ୟବହାର ଅଳ୍ପ କରୁଛୁ । କ୍ଲୋଇ ଜଣେ ମେ କଅପ ଆର୍ଟିଷ୍ଟ ଥିବେ ବେଳେ ଡାନିଏଲ ଜଣେ ବାରଟେଣ୍ଡର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More